PEDRO PARDO / AFP

ସିପିଜେ ସୁରକ୍ଷା ପରାମର୍ଶବଳି : କରୋନାଭାଇରସ୍ ବିସ୍ତାର ଉପରେ ରିପୋର୍ଟିଂ କରିବା ବେଳେ ଅବଲମ୍ବନ କରିବାକୁ ଥିବା ସତର୍କତା

ମାର୍ଚ୍ଚ ୨୫ , ୨୦୨୦  

ମାର୍ଚ୍ଚ 11, 2020 ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) COVID-19 (ନଭେଲ କରୋନାଭାଇରସ୍) ଏକ ମହାମାରୀ (pandemic) ବୋଲି ଘୋଷଣା କରିଥିଲା ​​ଏବଂ ଏହା ଅନୁଯାୟୀ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ସାରା ବିଶ୍ୱରେ ବଢିବାରେ ଲାଗିଛି(continues to rise globally)|ଜନ ହପକିନ୍ସ ୟୁନିଭରସିଟି କରୋନାଭାଇରସ୍ ରିସୋର୍ସ ସେଣ୍ଟର (John Hopkins University Coronavirus Resource Center) ହେଉଛି ଏକ ନିରାପଦ ଏବଂ ନିର୍ଭରଯୋଗ୍ୟ ଉତ୍ସ ଯାହା ସଂକ୍ରମଣର ଗତି ସମ୍ବନ୍ଧୀୟ ସର୍ବଶେଷ ସୂଚନା ପ୍ରଦାନ କରିଥାଏ|

ସାରା ବିଶ୍ୱରେ ସାମ୍ବାଦିକମାନେ ଭାଇରସ୍ ଏବଂ ଏହାର ମୁକାବିଲା ପାଇଁ ସରକାରଙ୍କ ଉଦ୍ୟମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି |ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଗଣମାଧ୍ୟମର ସଦସ୍ୟମାନେ(information from the WHO) ପ୍ରାୟତଃ ଭ୍ରମଣ, ସାକ୍ଷାତକାର ଏବଂ ସେମାନେ କାର୍ଯ୍ୟ କରୁଥିବା ସ୍ଥାନଗୁଡିକ ମାଧ୍ୟମରେ ସଂକ୍ରମଣର ସମ୍ମୁଖୀନ ହୁଅନ୍ତି |

ପରିସ୍ଥିତି ବିକଶିତ ହେବା ସହ ଏବଂ ନୂତନ ସୂଚନା ଉତ୍ପନ୍ନ ହେବା ସହିତ,ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅପଡେଟ୍ ହୋଇଥିବା ସ୍ୱାସ୍ଥ୍ୟ ପରାମର୍ଶ ଏବଂ ବିସ୍ତାର ଖବର ପ୍ରଦାନ କରାଯିବ |ଏହି ରୋଗ ବିଷୟରେ ଅତ୍ୟାଧୁନିକ ପରାମର୍ଶ ଏବଂ ପ୍ରତିବନ୍ଧକ ସମ୍ବନ୍ଧୀୟ ସୂଚନା ରଖିବା ପାଇଁ ସାମ୍ବାଦିକମାନେ WHO ଏବଂ ସେମାନଙ୍କର ସ୍ଥାନୀୟ ଜନସ୍ୱାସ୍ଥ୍ୟ ସଂସ୍ଥାର ସୂଚନା ଉପରେ ନଜର ରଖିବା ଉଚିତ୍ |

 ଫିଲ୍ଡରେ କିପରି ସୁରକ୍ଷିତ ରହିବେ

ବ୍ୟାପକ ଆନ୍ତର୍ଜାତୀୟ ଭ୍ରମଣ ପ୍ରତିବନ୍ଧକ ଲାଗୁ ହେତୁ, ଅଧିକାଂଶ ମିଡିଆ ଆସାଇନମେଣ୍ଟ ତୁରନ୍ତ ଭବିଷ୍ୟତ ପାଇଁ ଘରୋଇ ଆଧାରିତ ରହିବ | ସମଗ୍ର ବିଶ୍ୱରେ ଏକ ଦ୍ରୁତ ଗତିଶୀଳ ଏବଂ ପରିବର୍ତ୍ତନଶୀଳ ପରିସ୍ଥିତି ହେତୁ ସମସ୍ତ କାର୍ଯ୍ୟଗୁଡିକ  ଅଳ୍ପ କିମ୍ବା  ବିନା ନୋଟିସ ରେ ପରିବର୍ତ୍ତନ କିମ୍ବା ବାତିଲ ହେବାର ସମ୍ଭାବନା ଅଧିକ ରହିଛି |

ପ୍ରିଆସାଇନମେଣ୍ଟ୍ 

  • ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) Centers for Disease Control and Prevention (CDC)ଅନୁଯାୟୀ ବୟସ୍କ ବ୍ୟକ୍ତି ଏବଂ  ଅନ୍ତର୍ନିହିତ ସ୍ୱାସ୍ଥ୍ୟ ଅବସ୍ଥା ଥିବା ବ୍ୟକ୍ତି ମାନଙ୍କ ପାଇଁ ଏହି ରୋଗ ଅଧିକ  ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଇଛି | ଯଦି ଆପଣ ଏହି ବର୍ଗରେ ଅନ୍ତର୍ଭୁକ୍ତ, ତେବେ ଆପଣ କୌଣସି  କାର୍ଯ୍ୟରେ ଅଂଶଗ୍ରହଣ କରିବା ଉଚିତ୍ ନୁହେଁ ଯାହା ଆପଣଙ୍କୁ ସାଧାରଣ ଜନତାଙ୍କ ସହିତ ସିଧାସଳଖ ଯୋଗାଯୋଗ ରଖିବାକୁ ବାଧ୍ୟ  କରେ| ଏହି ପରିପ୍ରେକ୍ଷୀରେ  ଗର୍ଭବତୀ ( pregnant) ଥିବା କର୍ମଚାରୀମାନଙ୍କୁ ମଧ୍ୟ ଧ୍ୟାନ ଦେବା ଉଚିତ୍ |
  • COVID-19 ଉପରେ ରିପୋର୍ଟିଂ କରିବା ପାଇଁ  କର୍ମଚାରୀ ଚୟନ କରିବାବେଳେ, ପରିଚାଳନା କର୍ତ୍ତୃପକ୍ଷ  କେତେକ ନିର୍ଦ୍ଦିଷ୍ଟ ଜାତି ବିରୁଦ୍ଧରେ ଏବଂ  ଜାତିବାଦ ଆକ୍ରମଣକୁ ମଧ୍ୟ ମନେ ରଖିବା ଉଚିତ୍, ଯେପରି ବଜ୍ ଫିଡ୍ (as highlighted by BuzzFeed)ଏବଂ ଆଡିସ୍ ​​ଆବାବାରେ ଥିବା ଆମେରିକୀୟ ଦୂତାବାସ ଦ୍ୱାରା ହାଇଲାଇଟ୍(issued an alert) କରାଯାଇଥିଲା, ଯାହା ନିକଟରେ ବିଦେଶୀମାନଙ୍କୁ ଟାର୍ଗେଟ କରୁଥିବା  ହିଂସାତ୍ମକ ଘଟଣା  ବିଷୟରେ ଏକ ସତର୍କ ସୂଚନା ଜାରି କରିଥିଲା।  ଏହି ରୋଗ  ବ୍ୟାପିବାରେ ଲାଗିଥିବାରୁ ଏଭଳି  ଘଟଣା ଅଧିକ ମାତ୍ର।ରେ  ଦେଖା ଦେବା  ସାଧାରଣ ଭଳି ମନେ ହୋଇପାରେ।
  • ଆତ୍ମ-ବିଚ୍ଛିନ୍ନତା କିମ୍ବା ଏକ ବର୍ଦ୍ଧିତ ସମୟ ପାଇଁ ଏକ କ୍ୱାରଣ୍ଟିନ / ଲକଡାଉନ୍ ଜୋନରେ  ସ୍ଥାପିତ ହେବାର ସମ୍ଭାବନାକୁ ଧ୍ୟାନରେ ରଖି ଯଦି ଆପଣ ଆସାଇନମେଣ୍ଟରେ ଅସୁସ୍ଥ ହୁଅନ୍ତି ତେବେ ଆପଣଙ୍କୁ ସାହାଯ୍ୟ ଏବଂ ସମର୍ଥନ କରିବା ପାଇଁ ଆପଣଙ୍କର ପରିଚାଳନା ଦଳ କେଉଁ ଯୋଜନା କରିଛି ତାହା ଉପରେ ଆଲୋଚନା କରନ୍ତୁ |

ମାନସିକ ସୁସ୍ଥତା

  • ଯଦି ଆପଣ COVID-19 ଉପରେ ସମାଚାର ଲେଖିବାକୁ  ଯୋଜନା କରୁଛନ୍ତି ତେବେ ପରିବାର ସଦସ୍ୟମାନେ ଚିନ୍ତିତ ଏବଂ  ଚାପଗ୍ରସ୍ତ ହେବା ସ୍ୱାଭାବିକ|  COVID-19 ର ବିପଦ ବିଷୟରେ  ପରିବାର ସହିତ ଆଲୋଚନା କରନ୍ତୁ| ଯଦି ଆବଶ୍ୟକ ହୁଏ, ପରିବାର ସଦସ୍ୟ ଏବଂ ଆପଣଙ୍କ ସଂସ୍ଥାର ଡାକ୍ତରୀ ପରାମର୍ଶଦାତାଙ୍କ ମଧ୍ୟରେ ଏକ ବାର୍ତ୍ତାଳାପ ସ୍ଥାପନ କରନ୍ତୁ |
  • COVID-19 ଦ୍ୱାରା ପ୍ରଭାବିତ ଏକ ସ୍ଥାନ କିମ୍ବା ଅଞ୍ଚଳରୁ ରିପୋର୍ଟ କରିବାର ସମ୍ଭାବ୍ୟ ମାନସିକ ପ୍ରଭାବକୁ ବିଚାର କରନ୍ତୁ, ବିଶେଷତଃ ଯଦି କ୍ୱାରଣ୍ଟିନ  ଜୋନ୍  ଅଥବା ଏକ ଡାକ୍ତରୀ କିମ୍ବା ବିଚ୍ଛିନ୍ନତା ସୁବିଧା ଥିବା ଅଞ୍ଚଳରୁ  ରିପୋର୍ଟ କରନ୍ତି | ସାଂଘାତିକ ପରିସ୍ଥିତି ଉପରେ ବିବରଣୀ ଦେଉଥିବା ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଡ଼ାର୍ଟ ସେଣ୍ଟର  ଫର ଜର୍ଣ୍ଣାଲିଜ଼ାମ  ଏଣ୍ଡ  ଟ୍ରମା (the DART Center for Journalism and Trauma) ଏକ ଉପଯୋଗୀ ଉତ୍ସ ହୋଇପରେ |

ସଂକ୍ରମଣରୁ ଦୂରେଇ ରହିବା ଏବଂ ଅନ୍ୟମାନଙ୍କୁ ସଂକ୍ରମଣରୁ ଦୂରରେ ରଖିବା

ଅନେକ ଦେଶ ବର୍ତ୍ତମାନ ସାମାଜିକ ଏବଂ ଶାରୀରିକ  (social/physical distancing)ଦୂରତା ଅଭ୍ୟାସ କରୁଛନ୍ତି | ଯଦି ଆପଣ  ସ୍ୱାସ୍ଥ୍ୟସେବା ସଂସ୍ଥାନ , ବୃଦ୍ଧମାନଙ୍କ କେୟାର ହୋମ୍, ଅସୁସ୍ଥ ବ୍ୟକ୍ତିଙ୍କ ଘର, ଏକ ଶବଗୃହ , ଏକ କ୍ୱାରାଣ୍ଟାଇନ୍ ଜୋନ୍, ଏକ ଜନବହୁଳ  ସହରୀ ବାସସ୍ଥାନ (ଅର୍ଥାତ୍ ବସ୍ତି ଅଞ୍ଚଳ ), କିମ୍ବା ପଶୁ ବଜାର, କିମ୍ବା ଏକ ଫାର୍ମ ପରିଦର୍ଶନ କରୁଛନ୍ତି, ତେବେ  ସେଠାରେ ଥିବା ସ୍ୱଚ୍ଛତା ପଦକ୍ଷେପ ବିଷୟରେ ତଥ୍ୟ ହାସଲ କରନ୍ତୁ  | ଯଦି କୌଣସି  ସନ୍ଦେହ ଜାତ ହୁଏ ତେବେ  ପରିଦର୍ଶନ କରନ୍ତୁ ନାହିଁ | ସଂକ୍ରମଣକୁ ଏଡାଇବା ପାଇଁ ନିମ୍ନ  ଲିଖିତ ପରାମର୍ଶ ଅନ୍ତର୍ଭୁକ୍ତ:

  • ସମସ୍ତଙ୍କ ସହିତ ଅତି କମରେ 2 ମିଟର ଦୂରତା ବଜାୟ ରଖନ୍ତୁ, କାଶ ଏବଂ ଛିଙ୍କିବା ଭଳି କୌଣସି  ଲକ୍ଷଣ ପରିଲକ୍ଷିତ ହେଉଥିବା  ବ୍ୟକ୍ତିଙ୍କ ଠାରୁ  ବିଶେଷ ସତର୍କ ରୁହନ୍ତୁ |
  • ବୃଦ୍ଧ ବ୍ୟକ୍ତି, କୋରନା ଲକ୍ଷଣାତ୍ମକ ବ୍ୟକ୍ତିଙ୍କ ନିକଟବର୍ତୀ , COVID-19 ରୋଗୀଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟ ସେବା କର୍ମଚାରୀ କିମ୍ବା ଉଚ୍ଚ ବିପଦପୂର୍ଣ୍ଣ ସ୍ଥାନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କ ଠାରୁ  ସାମ୍ବାଦିକମାନେ ଏକ ନିରାପଦ ସର୍ବନିମ୍ନ ଦୂରତା ବଜାୟ ରଖିବା ପାଇଁ ବିଶେଷ ସଚେତନ ହେବା ଉଚିତ୍ |
  • ଗରମ ପାଣି ଏବଂ ସାବୁନ ବ୍ୟବହାର କରି  ଅତି କମରେ 20 ସେକେଣ୍ଡ ପାଇଁ ନିୟମିତ, ସଠିକ୍ ଏବଂ ଭଲ ଭାବରେ ହାତ ଧୋଇ ଦିଅନ୍ତୁ | ନିଶ୍ଚିତ କରନ୍ତୁ ଯେ ଉପଯୁକ୍ତ ଉପାୟରେ ହାତ ଶୁଖିଗଲା | WHO ୱେବସାଇଟରେ (can be found on the WHO website) କିପରି ହାତକୁ ସଠିକ୍ ଭାବରେ ଧୋଇବା ଏବଂ ଶୁଖାଇବା ତାହା ଉପରେ ଏକ ଅତ୍ୟନ୍ତ ଉପଯୋଗୀ ଗାଇଡ୍ ଆପଣଙ୍କୁ  ମିଳିପାରିବ |
  • ଯଦି ଗରମ ପାଣି ଏବଂ ସାବୁନ ଉପଲବ୍ଧ ନଥାଏ ତେବେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଜେଲ୍ କିମ୍ବା ୱାଇପ୍ ବ୍ୟବହାର କରନ୍ତୁ, ଏବଂ ଯଥା  ଶୀଘ୍ର  ଗରମ ପାଣି ଏବଂ ସାବୁନ ଦ୍ୱାରା ହାତ ଧୋଇବା ପ୍ରକ୍ରିୟାକୁ ମଧ୍ୟ  ଅନୁସରଣ କରନ୍ତୁ | (୬୦ % ରୁ ଅଧିକ ଇଥାନଲ କିମ୍ବା ୭୦% ଆଇସୋପ୍ରୋପାନୋଲ ସହିତ ଏଲକୋହଲ ଆଧାରିତ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବାକୁ ସିଡିସି ପରାମର୍ଶ ଦେଇଛି।(CDC recommends)) ନିୟମିତ ହାତ ଧୋଇବା ରୁଟିନ୍ ବଦଳରେ  କେବଳ ହ୍ୟାଣ୍ଡ ସାନିଟାଇଜର  ବ୍ୟବହହର କରନ୍ତୁ ନାହିଁ ।
  • କାଶିବା ଏବଂ ଛିଙ୍କିବାବେଳେ ସର୍ବଦା ପାଟି ଏବଂ ନାକକୁ ଘୋଡାନ୍ତୁ | ଯଦି ଆପଣ ଏକ ଟିସୁରେ କାଶନ୍ତି  କିମ୍ବା  ଛିଙ୍କି ଦିଅନ୍ତି, ତେବେ ଏହାକୁ ତୁରନ୍ତ ଏକ ନିରାପଦ ଏବଂ ଉପଯୁକ୍ତ ସ୍ଥାନରେ  ପକାନ୍ତୁ, ଏବଂ ପରେ ହାତକୁ ଭଲ ଭାବରେ ଧୋଇବାକୁ ମନେରଖନ୍ତୁ |
  • ବିବିସି ଦ୍ୱାରା(by the BBC)  ଜାରି  ହୋଇଥିବା ଆଡ଼ଭାଇଜୋରି କୁ ଅନୁସରଣ କରନ୍ତୁ ଏବଂ ଆପଣଙ୍କ ମୁହଁ, ନାକ, ପାଟି, କାନ ଇତ୍ୟାଦି ଛୁଇଁବା ଠାରୁ ଦୂରେଇ ରୁହନ୍ତୁ |
  • ହାତ ମିଳାଇବା, ଆଲିଙ୍ଗନ କରିବା ଏବଂ ଚୁମ୍ବନରୁ ଦୂରେଇ ରୁହନ୍ତୁ | ଏହା ପରିବର୍ତ୍ତେ, କହୁଣୀ  କିମ୍ବା ଗୋଡ ( an elbow or leg bump) ମିଳାନ୍ତୁ|
  • କପ୍, କ୍ରୋକେରି, କିମ୍ବା କଟଲିରିରୁ ପିଇବା / ଖାଇବା ଠାରୁ ଦୂରେଇ ରୁହନ୍ତୁ ଯାହା ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ଆସିଥାଇପାରେ |
  • ଯେ କୌଣସି କାର୍ଯ୍ୟ ପୂର୍ବରୁ ସମସ୍ତ ଅଳଙ୍କାର ଏବଂ ହାତଘଣ୍ଟା ଇତ୍ୟାଦିକୁ ଅପସାରଣ କରନ୍ତୁ, ଧ୍ୟାନ ଦିଅନ୍ତୁ ଯେ COVID-19 ଜୀବାଣୁ ବିଭିନ୍ନ ସମୟ ପାଇଁ ବିଭିନ୍ନ ପୃଷ୍ଠରେ (different surface types) ଜୀବନ୍ତ ରହିପାରିବେ |
  • ଯଦି ଆପଣ ଚଷମା ପିନ୍ଧନ୍ତି, ତେବେ ନିୟମିତ ଭାବରେ ଗରମ ପାଣି ଏବଂ ସାବୁନ୍ ଦ୍ୱାରା  ସଫା କରନ୍ତୁ |
  •  ଆପଣ କେଉଁ ପୋଷାକ ପିନ୍ଧିବେ ତାହା ବିଚାର କରନ୍ତୁ ଏବଂ ଧ୍ୟାନ ଦିଅନ୍ତୁ ଯେ କେତେକ କପଡା ଅନ୍ୟ  କପଡା ତୁଳନାରେ ସହଜରେ ସଫା ହୋଇପାରେ | ତେଣୁ ସମସ୍ତ ପୋଷାକ  ଯେ କୌଣସି ଆସାଇନମେଣ୍ଟ  ପରେ ଡିଟରଜେଣ୍ଟ ସହିତ ଉଚ୍ଚ ତାପମାତ୍ରାରେ ଧୋଇବା ଉଚିତ୍ |
  • ଆସାଇନମେଣ୍ଟ ସ୍ଥାନକୁ ଯିବା ଓ ଆସିବା ପାଇଁ  ଆପଣଙ୍କ ପରିବହନ ମାଧ୍ୟମକୁ ବିଚାର କରନ୍ତୁ |ବ୍ୟସ୍ତବହୁଳ ସମୟରେ ସର୍ବସାଧାରଣ ପରିବହନରେ ଯାତ୍ରା କରିବା ଠାରୁ ଦୂରେଇ ରୁହନ୍ତୁ ଏବଂ ଅବତରଣ କରିବା ସମୟରେ ହାତରେ ଆଲକୋହଲ୍ ଜେଲ୍ ବ୍ୟବହାର କରିବାକୁ ନିଶ୍ଚିତ କରନ୍ତୁ | ଯଦି ନିଜ ଗାଡିରେ ଯାତ୍ରା କରୁଛନ୍ତି, ସାବଧାନ ରୁହନ୍ତୁ କାରଣ ସଂକ୍ରମିତ ଯାତ୍ରୀ ଏହି ଜୀବାଣୁକୁ ଗାଡି ଭିତରେ ଥିବା ଅନ୍ୟମାନଙ୍କୁ ଦେଇ ପାରିବେ |
  • ନିୟମିତ ବିରତି ନିଅନ୍ତୁ ଏବଂ ଧ୍ୟାନରେ ରଖନ୍ତୁ ଯେ କ୍ଳାନ୍ତ ବ୍ୟକ୍ତିମାନେ ସେମାନଙ୍କର ସ୍ୱଚ୍ଛତା ବ୍ୟବସ୍ଥାରେ ଭୁଲ୍ କରିବାର ସମ୍ଭାବନା ଅଧିକ | କାରଣ କାର୍ଯ୍ୟ ପୂର୍ବରୁ ଏବଂ ପରେ ମଧ୍ୟ  ଡ୍ରାଇଭ୍ କରିବା ପାଇଁ ଦୀର୍ଘ ଦୂରତା ଥାଇପାରେ ଯାହା ସେମାନଙ୍କୁ କ୍ଳାନ୍ତ କରିପାରେ |
  • ସର୍ବଦା ନିଶ୍ଚିତ କରନ୍ତୁ ଯେ ପ୍ରଭାବିତ ଅଞ୍ଚଳ ଛାଡିବା ପୂର୍ବରୁ, ସେଠି ରହିବା ସମୟରେ ଓ  ଆସିବା ପରେ ଗରମ ପାଣି ଏବଂ ସାବୁନରେ ଆପଣଙ୍କ ହାତ ଭଲ ଭାବରେ ଧୋଇବେ|
  • ଯଦି ଆପଣ ବିଶେଷ ଭାବରେ ଜ୍ୱର କିମ୍ବା ନିଶ୍ୱାସ ପ୍ରଶ୍ୱାସ ରେ ଅସୁବିଧା ଭଳି ଲକ୍ଷଣଗୁଡିକ ବିକଶିତ କରନ୍ତି, ତେବେ ଆପଣ କିପରି ଚିକିତ୍ସା ପାଇ ପାରିବେ ତାହା ବିଚାର କରନ୍ତୁ |
  • ଅଧିକାଂଶ ସରକାରୀ ସ୍ୱାସ୍ଥ୍ୟ ସଂସ୍ଥା ବର୍ତ୍ତମାନ ଅନ୍ୟମାନଙ୍କ ସଂକ୍ରମଣକୁ ରୋକିବା ପାଇଁ ଆତ୍ମ- କ୍ୱାରାଣ୍ଟାଇନ୍କୁ ସୁପାରିଶ କରନ୍ତି | ଯଦି ଆପଣ ଅତ୍ୟଧିକ ସଂକ୍ରମିତ ଅଞ୍ଚଳରେ ଅଛନ୍ତି ତେବେ ଆପଣ ଭିଡ଼ଥିବା  ଚିକିତ୍ସା କେନ୍ଦ୍ରରେ ଅନ୍ୟ COVID-19 ସଂକ୍ରମିତ ରୋଗୀଙ୍କୁ ସାମ୍ନା କରିବେ ଏବଂ ତାହାଦ୍ୱାରା   ଆପଣଙ୍କର  ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଛି   |
  • କେବଳ ରନ୍ଧା ହୋଇଥିବା ମାଂସ ଏବଂ ଅଣ୍ଡା ଖାଆନ୍ତୁ |

ଉପକରଣର  ସୁରକ୍ଷା କିପରି କରିବେ

  • କ୍ଲିପ୍ ମିକ୍ସ ପରିବର୍ତ୍ତେ ଏକ ସୁରକ୍ଷିତ ଦୂରତାରୁ ‘ଫିସପୋଲ୍’ ମାଇକ୍ରୋଫୋନ୍ ବ୍ୟବହାର କରନ୍ତୁ |
  • ପ୍ରତ୍ୟେକ ଆସାଇନମେଣ୍ଟର ଶେଷରେ ମାଇକ୍ରୋଫୋନ୍ କଭରଗୁଡିକ ଭଲ ଭାବରେ ଧୋଇ କୀଟାଣୁରହିତ  କରାଯିବା ଉଚିତ୍  ପାରସ୍ପରିକ ସଂକ୍ରମଣ ପ୍ରକ୍ରିୟା ରୋକିବା ପାଇଁ କଭରକୁ କିପରି ସୁରକ୍ଷିତ ଭାବରେ ଅପସାରଣ କରାଯିବ ସେ ସମ୍ବନ୍ଧରେ ମାର୍ଗଦର୍ଶନ ପ୍ରାପ୍ତ କରନ୍ତୁ |
  • ସର୍ବଦା ମେଲିସେପ୍ଟୋଲ ପରି ଦ୍ରୁତଗତିରେ -କାର୍ଯ୍ୟ କରୁଥିବା ଆଣ୍ଟିମାଇକ୍ରୋବାୟଲ୍ ୱାଇପ୍ ଦ୍ୱାରା ସମସ୍ତ ଯନ୍ତ୍ରପାତିକୁ ବିଶୁଦ୍ଧ କରନ୍ତୁ ଯଥା  ସେଲ୍ ଫୋନ୍, ଟାବଲେଟ୍, ଲିଡ୍, ପ୍ଲଗ୍, ଇୟରଫୋନ୍, ଲାପଟପ୍, ହାର୍ଡ ଡ୍ରାଇଭ୍, କ୍ୟାମେରା, ପ୍ରେସ୍ ପାସ୍, ଏବଂ ଲାନାର୍ଡ ଇତ୍ୟାଦିକୁ  ସଂପୂର୍ଣ୍ଣଭାବେ କୀଟାଣୁରହିତ କରନ୍ତୁ  |
  • ସୁନିଶ୍ଚିତ କରନ୍ତୁ ଯେ ସମସ୍ତ ଯନ୍ତ୍ରପାତିକୁ  ଫେରାଇବା ସମୟରେ ପୁନର୍ବାର କୀଟାଣୁରହିତ କରା ହୋଇଛି ଏବଂ ଯନ୍ତ୍ରପାତି ପାଇଁ ଦାୟୀ ବ୍ୟକ୍ତିମାନେ ଆଗରୁ ସମ୍ପୂର୍ଣ୍ଣ ଭାବରେ ଏ ବିଷୟରେ  ସଚେତନ ଏବଂ ଯନ୍ତ୍ରପାତିଗୁଡ଼ିକୁ କିପରି ସୁରକ୍ଷିତ ଭାବରେ ସଫା କରିବେ ସେ ବିଷୟରେ ତାଲିମପ୍ରାପ୍ତ ଅଟନ୍ତି  |ନିଶ୍ଚିତ କରନ୍ତୁ ଯେ କୌଣସି ଯନ୍ତ୍ରପାତି କେବଳ ଫୋପାଡି ଦିଆଯାଉ ନାହିଁ କିମ୍ବା ଏଣେ ତେଣେ ପଡ଼ି ରହିନାହିଁ  |
  • ଯଦି ଆପଣଙ୍କ ପାଖରେ କୌଣସି ନିଃସଂକ୍ରମକ ନାହିଁ, ତେବେ ସୂଚନାଯୋଗ୍ୟ ଯେ ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣଜୀବାଣୁଙ୍କୁ ମାରିପାରେ (direct sunlight can kill viruses) | ତେଣୁ ଏହିପରି ଏକ ଖରାପ ପରିସ୍ଥିତିରେ  ଯଦି ଆପଣଙ୍କର ଅନ୍ୟ କୌଣସି  ବିକଳ୍ପ ନାହିଁ ତାହେଲେ ଅନେକ ଘଣ୍ଟା ପାଇଁ ସୂର୍ଯ୍ୟ କିରଣରେ  ଆପଣଙ୍କର ଉପକରଣ ଗୁଡ଼ିକୁ ରଖନ୍ତୁ | କିନ୍ତୁ ଧ୍ୟାନରେ ରଖନ୍ତୁ  ଯେ ଏହା ଦ୍ୱାରା ଉପକରଣ ଗୁଡ଼ିକକର ରଙ୍ଗ ଖରାପ  ହୋଇପାରେ କିମ୍ବା ଯନ୍ତ୍ରପାତି ଉପରେ ଏହାର  କ୍ଷତିକାରକ ପ୍ରଭାବ ପଡିପାରେ|
  • ଯଦି ଆସାଇନମେଣ୍ଟ ପାଇଁ ଏକ ଯାନ ବ୍ୟବହାର କରୁଛନ୍ତି ତେବେ  ନିଶ୍ଚିତ କରନ୍ତୁ ଯେ ସଠିକ୍ ତାଲିମ ପ୍ରାପ୍ତ ଏକ ଦଳ ଦ୍ୱାରା ପ୍ରତ୍ୟେକ କାର୍ଯ୍ୟ ପରେ ଭିତର ଭାଗକୁ  ସମ୍ପୂର୍ଣ୍ଣରୂପେ  ପରିଷ୍କାର କରାହୁଏ  | କବାଟ ହ୍ୟାଣ୍ଡେଲ, ଷ୍ଟିଅରିଂ ଚକ, ୱିଙ୍ଗ ଦର୍ପଣ, ହେଡ ରେଷ୍ଟ , ସିଟ୍ ବେଲ୍ଟ, ଡ୍ୟାସବୋର୍ଡ, ଏବଂ ୱିଣ୍ଡୋ ୱିଣ୍ଡର / କ୍ୟାଚେସ / ବଟନ୍  ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ |

ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ (PPE)

ଯେ କୌଣସି PPE କୁ ନିରାପଦରେ ପିନ୍ଧିବା ଓ କାଢ଼ିବ ବେଳେ  (ଯେପରିକି ଡିସପୋଜେବଲ୍ ଗ୍ଲୋଭସ୍, ଏସ୍ ମାସ୍କ, ପ୍ରୋଟେକ୍ଟିଭ୍ ଆପ୍ରୋନ୍, ଏବଂ ଡିସପୋଜେବଲ୍  ଜୋତା କଭର) ସର୍ବୋତ୍ତମ ସୁରକ୍ଷା ଅଭ୍ୟାସକୁ କଡାକଡି ଭାବେ ପାଳନ କରିଯିବା  ଆବଶ୍ୟକ ଅଟେ| (Please click here for general guidance from the CDC) CDC ରୁ ସାଧାରଣ ମାର୍ଗଦର୍ଶନ ପାଇଁ ଦୟାକରି ଏଠାରେ କ୍ଲିକ୍ କରନ୍ତୁ | ପାରସ୍ପରିକ ସଂକ୍ରମଣର  ଆଶଙ୍କା ଅଧିକ ଥିବାରୁ ଏହି ପଦକ୍ଷେପଗୁଡିକ ବିଷୟରେ ଅବହେଳା କରନ୍ତୁ  ନାହିଁ |

            ଯଦି ଆପଣ ଏକ ସ୍ଵାସ୍ଥ ସଂସ୍ଥାନ  କିମ୍ବା ଶବଗୃହ  ପରି ଏକ ପ୍ରଭାବିତ ସ୍ଥାନରେ କାର୍ଯ୍ୟ କରୁଛନ୍ତି, ତେବେ ଆପଣଙ୍କୁ ଏକ ଥର ବ୍ୟବହାର ଯୋଗ୍ୟ ଜୋତା କିମ୍ବା ୱାଟରପ୍ରୁଫ୍ ଓଭରସୁଜ଼  ବ୍ୟବହାର କରିବାକୁ ପଡିପାରେ ଏବଂ  ଆପଣ ସେହି ସ୍ଥାନ ଛାଡିବା ମାତ୍ରେ ଉଭୟକୁ ପୋଛିବାକୁ  କିମ୍ବା  ଧୋଇବାକୁ ପଡିବ | ଯଦି ୱାଟରପ୍ରୁଫ୍  ଓଭରସୁଜ଼ ବ୍ୟବହାର କରୁଛନ୍ତି, ତେବେ ଘଟଣାସ୍ଥଳ ଛାଡିବା ପୂର୍ବରୁ ସେମାନଙ୍କୁ ଏକ ନିରାପଦ ସ୍ଥାନରେ  ନିଷ୍କାସନ କରାଯିବା ଉଚିତ ଏବଂ ପୁନର୍ବାର ବ୍ୟବହାର କରାଯିବା ଉଚିତ୍ ନୁହେଁ |

ଯଦି ଏକ ଚିକିତ୍ସା ସ୍ଥାନ ପରି ସଂକ୍ରମିତ ସାଇଟରେ କାମ କରନ୍ତି କିମ୍ବା ପରିଦର୍ଶନ କରନ୍ତି ତେବେ ପ୍ରତିରକ୍ଷା ଗ୍ଲୋଭସ୍ ବ୍ୟବହାର କରନ୍ତୁ | ଅନ୍ୟାନ୍ୟ ଡାକ୍ତରୀ PPE ଯେପରିକି ବଡିସୁଟ୍ ଏବଂ ଫୁଲ୍ ଫେସ୍ ମାସ୍କ ମଧ୍ୟ ଆବଶ୍ୟକ ହୋଇପାରେ |

ଫେସ୍ ମାସ୍କସ୍

ସିଡିସି (CDC) ଏବଂ WHO(WHO) ବର୍ତ୍ତମାନ ଏକମତ ହୋଇଛନ୍ତି ଯେ COVID-19 ଲକ୍ଷଣ ନଥିବା ଲୋକଙ୍କ ପାଇଁ ଫେସ  ମାସ୍କ ପିନ୍ଧିବା ଜରୁରୀ ନୁହେଁ, ଯଦି ଆପଣଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷ ଏହା କରିବାକୁ କୁହନ୍ତି ନାହିଁ ଅଥବା  ଆପଣ ଏକ ବିପଦପୂର୍ଣ୍ଣ ଅଞ୍ଚଳରେ ଅଛନ୍ତି ଯେପରିକି ଡାକ୍ତରଖାନା; କିମ୍ବା ଆପଣ ସନ୍ଦେହଜନକ COVID-19 ସଂକ୍ରମଣ ଥିବା ବ୍ୟକ୍ତିଙ୍କ ଯତ୍ନ ନେଉଛନ୍ତି | ଦୟାକରି ଧ୍ୟାନ ଦିଅନ୍ତୁ ଯେ ଅନେକ ଦେଶରେ ସର୍ଜିକାଲ୍ PPEଅଭାବ ଅଛି, ତେଣୁ ଏହିପରି ଯନ୍ତ୍ରପାତିର ଅନାବଶ୍ୟକ  ବ୍ୟବହାର ଅଭାବ ସୃଷ୍ଟି କରିପାରେ | ଯଦି ଆପଣ ଏକ ମାସ୍କ ପିନ୍ଧନ୍ତି ତେବେ ଆପଣ ନିମ୍ନଲିଖିତ ପରାମର୍ଶ ଅନୁସରଣ କରିବା ଉଚିତ୍:

  • ଯଦି ଆବଶ୍ୟକ ହୁଏ ‘ସର୍ଜିକାଲ୍’ ମାସ୍କ ବଦଳରେ ଏକ N95 ମାସ୍କ (କିମ୍ବା FFP2 / FFP3) ବ୍ୟବହାର କରିବାର ପରାମର୍ଶକୁ (recommended) ଅନୁସରଣ କରି ପାରିବେ | ସୁନିଶ୍ଚିତ କରନ୍ତୁ ଯେ ମାସ୍କଟି ନାକ ଏବଂ ଥୋଡି ଭିତରେ ଥିବା ଫାଙ୍କ କୁ ସୀମିତ କରି  ସୁରକ୍ଷିତ ଭାବରେ ଫିଟ୍ ହୋଇଛି| ମୁହଁର ଦାଢ଼ିକୁ  ମଧ୍ୟ   ନିୟମିତ ଭାବରେ କାଟନ୍ତୁ   |
  • ମାସ୍କକୁ ଛୁଅନ୍ତୁ ନାହିଁ  ଏବଂ କେବଳ ଷ୍ଟ୍ରାପ୍ ବ୍ୟବହାର କରି ଏହାକୁ ବାହାର କରନ୍ତୁ | ମାସ୍କର ସାମ୍ନା ପଟକୁ  କେବେହେଲେ  ସ୍ପର୍ଶ କରନ୍ତୁ ନାହିଁ |
  • ମାସ୍କ କାଢ଼ିବା ପରେ ସର୍ବଦା ସାବୁନ୍ ଏବଂ ଗରମ ପାଣିରେ କିମ୍ବା ଏକ ଆଲକୋହଲ୍ ଆଧାରିତ ହ୍ୟାଣ୍ଡ୍ ସାନିଟାଇଜର (60% ଇଥାନଲ୍ କିମ୍ବା 70% ଆଇସୋପ୍ରୋପାନୋଲ୍) (greater than 60% ethanol or 70% isopropanol)ଦ୍ୱାରା  ହାତ ଧୋଇ ଦିଅନ୍ତୁ |
  • ଯଦି ମାସ୍କ ଆଦ୍ର ହୋଇଯାଏ ତାହେଲେ ଯଥାଶୀଘ୍ର  ମାସ୍କକୁ ଏକ ନୂତନ, ପରିଷ୍କାର ଓ  ଶୁଖିଲା ମାସ୍କ ସହିତ ବଦଳାନ୍ତୁ|
  •  ମାସ୍କକୁ କେବେବି ପୁନର୍ବାର ବ୍ୟବହାର କରନ୍ତୁ ନାହିଁ ଏବଂ ସର୍ବଦା ବ୍ୟବହୃତ ମାସ୍କଗୁଡ଼ିକୁ ତୁରନ୍ତ ସିଲ୍ ହୋଇଥିବା ବ୍ୟାଗରେ ପକାନ୍ତୁ |
  • ମନେରଖନ୍ତୁ ଯେ ମାସ୍କର ବ୍ୟବହାର ହେଉଛି ବ୍ୟକ୍ତିଗତ ସୁରକ୍ଷାର କେବଳ ଗୋଟିଏ ଅଂଶ, ଯାହାକି ନିୟମିତ ଭାବରେ ଗରମ ପାଣି ଏବଂ ସାବୁନରେ ହାତ ଧୋଇବା ଏବଂ ଆପଣଙ୍କ ଆଖି, ପାଟି, କାନ ଏବଂ ନାକ ସମେତ ଆପଣଙ୍କ ମୁଖ ସ୍ଥାନକୁ ଛୁଇଁବା ଠାରୁ ଦୂରେଇ ରହିବା ଆବଶ୍ୟକ |
  • କୌଣସି ପରିସ୍ଥିତିରେ ସୂତା / ଗଜ ମାସ୍କ ସୁପାରିଶ କରାଯାଏ ନାହିଁ |
  • ଏଥିପ୍ରତି ସାବଧାନ ରୁହନ୍ତୁ ଯେ ଆପଣଙ୍କର ଅବସ୍ଥାନକୁ ନେଇ  ଫେସ୍ ମାସ୍କଗୁଡିକର  ସ୍ୱଳ୍ପ ଯୋଗାଣ (short supply) କିମ୍ବା ମୂଲ୍ୟବୃଦ୍ଧି  ହୋଇପାରେ |

ଡିଜିଟାଲ୍ ସୁରକ୍ଷା 

  • COVID-19 ବିଷୟରେ ରିପୋର୍ଟ କରିବା ସମୟରେ  ସାମ୍ବାଦିକମାନେ ଅନଲାଇନ୍ ଶତ୍ରୁତାର ସମୁଖୀନ ହୋଇପାରନ୍ତି ସେଇଥିପାଇଁ ସାମ୍ବାଦିକମାନେ ସତର୍କତା ଅବଲମ୍ବନ କରିବା ଉଚିତ | ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ CPJ ର( best practiceସର୍ବୋତ୍ତମ ଅଭ୍ୟାସ ସମୀକ୍ଷା କରନ୍ତୁ |
  • COVID-19 ର ପ୍ରସାର ଉପରେ ନଜର ରଖିବା ପାଇଁ ସରକାର ଏବଂ ବୈଷୟିକ କମ୍ପାନୀଗୁଡିକ ନୀରିକ୍ଷଣ ପ୍ରକ୍ରିୟାକୁ  ଅଧିକରୁ ଅଧିକ ବ୍ୟବହାର କରୁଛନ୍ତି | ଏଥିରେ ଏନଏସଓ ଗୃପ (NSO Group) ଅନ୍ତର୍ଭୁକ୍ତ, ଯାହା ପେଗାସସ୍ (Pegasus) ସୃଷ୍ଟି କରିଥିଲା, ଏକ ଗୁପ୍ତଚର ଯାହାକି ନାଗରିକ ଲ୍ୟାବ ଅନୁଯାୟୀ ସାମ୍ବାଦିକମାନଙ୍କୁ ଟାର୍ଗେଟ(target journalists) କରିବା ପାଇଁ ବ୍ୟବହୃତ ହୋଇଥିଲା | ଏହି ସ୍ଵାସ୍ଥ  ସଙ୍କଟ ସମାପ୍ତ ହେବା ପରେ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ଏହି ନୀରିକ୍ଷଣ  ପ୍ରକ୍ରିୟା ଗୁଡିକ କିପରି ବ୍ୟବହାର କରାଯିବ ସେନେଇ ନାଗରିକ ସ୍ୱାଧୀନତା ଗୋଷ୍ଠୀ ଚିନ୍ତିତ ହେଉଛନ୍ତି। ଟ୍ରାନ୍ସପରେନସି  ଇଣ୍ଟରନ୍ୟାସନାଲ ତାଙ୍କର  ୱେବସାଇଟରେ (website) ଏହି ବିଶ୍ୱସ୍ତରୀୟ ପ୍ରକ୍ରିୟା ଉପରେ ନଜର  ରଖୁଛି  |
  • ଆପଣ କୌଣସି ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ କିମ୍ବା COVID-19 ବିଷୟରେ ସୂଚନା ଧାରଣ କରିଥିବା ଡକ୍ୟୁମେଣ୍ଟଗୁଡ଼ିକୁ ଡାଉନଲୋଡ୍ କରିବା ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ  | ଇଲେକ୍ଟ୍ରୋନିକ୍ ଫ୍ରଣ୍ଟିଅର୍ ଫାଉଣ୍ଡେସନ୍ (Electronic Frontier Foundation) ଅନୁଯାୟୀ ଅପରାଧୀମାନେ ବର୍ତ୍ତମାନର ସ୍ୱାସ୍ଥ୍ୟ ସଙ୍କଟର ଲାଭ ଉଠେଇ  ବ୍ୟକ୍ତିବିଶେଷ ତଥା ସଂଗଠନ ମାନଙ୍କୁ  ଟାର୍ଗେଟ କରୁଛନ୍ତି, ଯଦ୍ୱାରା ସେମାନେ ଅତ୍ୟାଧୁନିକ ଫିସିଂ ଆକ୍ରମଣ ଦ୍ୱାରା  ଆପଣଙ୍କର ଡିଭାଇସରେ ମାଲୱେର୍ ସଂସ୍ଥାପିତ କରିପାରିବେ।
  • ସୋସିଆଲ ମିଡିଆ (social media)କିମ୍ବା ମେସେଜିଂ ଏପ୍ ବ୍ୟବହାର କରିବା ବେଳେ  COVID-19 ସମ୍ବନ୍ଧୀୟ ଲିଙ୍କ ଉପରେ କ୍ଲିକ୍ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ, କାରଣ ତାହା  ମଧ୍ୟରୁ କେତେକ  କିଛି ନିର୍ଦ୍ଧିଷ୍ଟ  ସାଇଟକୁ ଯିବାକୁ ନିର୍ଦ୍ଦେଶ ଦେଇପାରେ ଏବଂ ଏହା ଆପଣଙ୍କ ଡିଭାଇସ୍ କୁ ମାଲୱେର୍ ସହିତ ସଂକ୍ରମିତ କରିବାର ସମ୍ଭାବନା ଥାଏ |
  • ମାଲିସିୟସ୍ ଏପ୍ ପ୍ରତି ସଚେତନ ରୁହନ୍ତୁ ଯାହାକି ବ୍ୟକ୍ତିବିଶେଷଙ୍କୁ ରାନ୍ସସମୱେର୍ ପାଇଁ  ଟାର୍ଗେଟ କରନ୍ତି  ଯେପରିକି COVID-19 ଟ୍ରାକର୍ (COVID-19 Tracker)|
  • WHO ପରି ପ୍ରତିଷ୍ଠିତ ଉତ୍ସରୁ COVID-19 ଉପରେ ଅତ୍ୟାଧୁନିକ ସୂଚନା ଦେଖାଉଥିବା ମାନଚିତ୍ରଗୁଡିକ  ମାଲୱେର୍ ଧାରଣ କରିଥିବା ଜଣାଯାଇଛି ଯାହା ପାସୱାର୍ଡ (passwords) ଚୋରି କରିବାରେ ବ୍ୟବହୃତ ହୋଇପାରେ |
  • ଦି ଗାର୍ଡିଆନ୍ (The Guardian) ରିପୋର୍ଟ ଅନୁଯାୟୀ ରାଜ୍ୟ ପ୍ରାୟୋଜିତ ଭୁଲ ସୂଚନା ପ୍ରତି ସଚେତନ (warned) ରୁହନ୍ତୁ, ( BBC has highlighted) BBC ଏବଂ WHO ଦ୍ୱାରା ଦିଆଯାଇଥିବା ସାଧାରଣ ଭୁଲ ସୂଚନା ବିଷୟରେ ମଧ୍ୟ ସଜାଗ ରୁହନ୍ତୁ  | WHO ୱେବସାଇଟରେ ଏକ ମିଥ ବୁଷ୍ଟର୍ ଗାଇଡ୍ (myth buster guide)ଉପଲବ୍ଧ ଅଟେ  |
  • ମେସେଜିଂ ଆପ୍ସରେ (messaging apps) ଚାଟ୍ ମାଧ୍ୟମରେ ଅଂଶୀଦାର ହୋଇଥିବା COVID-19 ବିଷୟରେ ସୂଚନା ପ୍ରତି ସତର୍କ ରୁହନ୍ତୁ, ଯେଉଁଥିରେ ଭୁଲ ତଥ୍ୟ ଏବଂ ଖବର  ରହିପାରେ |
  • ସାବଧାନ ରୁହନ୍ତୁ ଯେ ଫେସବୁକରେ COVID-19 ବିଷୟବସ୍ତୁ ବର୍ତ୍ତମାନ ମାନବ ବିଷୟବସ୍ତୁ ଯାଞ୍ଚକାରୀଙ୍କ ପରିବର୍ତ୍ତେ କୃତ୍ରିମ ବୁଦ୍ଧିମତା (AI) ଦ୍ୱାରା ନିୟନ୍ତ୍ରିତ ହେଉଛି, ଯାହାଦ୍ୱାରା  ରୋଗ ବିଷୟରେ କିଛି  ତ୍ରୁଟିପୂର୍ଣ୍ଣ (error)  ତଥ୍ୟ ମଧ୍ୟ ରହିପାରେ।
  • ସତ୍ତାବାଦୀ ଶାସନ  କରୁଥିବା ଦେଶଗୁଡିକ ଉପରେ କିମ୍ବା ସେହି ଠାରୁ  ରିପୋର୍ଟିଂ କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ , କାରଣ ସେମାନେ  COVID-19 ବିଷୟରେ  ତୀକ୍ଷ୍ଣ ନଜର ରଖି ପାରନ୍ତି | 
  • CPJ ଦ୍ୱାରା ଦର୍ଶାଯାଇଛି (highlighted by CPJ)  ଯେ କେତକ ଦେଶ ଏହି ରୋଗ ର ପ୍ରକୋପ ସମ୍ବନ୍ଧୀୟ  ତଥ୍ୟକୁ ଲୁଚାଇବାକୁ (conceal) କିମ୍ବା ଗଣମାଧ୍ୟମ ଉପରେ ନିୟନ୍ତ୍ରଣ (censor ) ରଖିବାକୁ ଚେଷ୍ଟା କରିପାରନ୍ତି |

ଫିଜିକାଲ ସେକୁରୀଟି ଅନ ଆସାଇନମେଣ୍ଟ୍

ଆନ୍ତର୍ଜାତୀୟ ଭ୍ରମଣ ଆସାଇନମେଣ୍ଟ |

ବିଶ୍ୱ ଭ୍ରମଣ ପ୍ରତିବନ୍ଧକ ହେତୁ ଆନ୍ତର୍ଜାତୀୟ ଯାତ୍ରା ବର୍ତ୍ତମାନ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଏବଂ ବିରଳ ଅଟେ | ତେଣୁ ଯଦି ଆପଣଙ୍କୁ କୌଣସି ଓଭରସିଜ଼ ଆସାଇନମେଣ୍ଟ ମିଳେ ତେବେ ଆପଣ ନିମ୍ନଲିଖିତ ନିର୍ଦେଶକୁ ବିଚାର କରିବା ଉଚିତ୍:

  • ସୁନିଶ୍ଚିତ କରନ୍ତୁ ଯେ ସମସ୍ତ ପ୍ରାସଙ୍ଗିକ ଟୀକାକରଣ ଏବଂ ରୋଗ ପ୍ରୋଫାଇଲକ୍ସିସ୍ ଆପଣଙ୍କ ଗନ୍ତବ୍ୟ ସ୍ଥଳ (destination) ପାଇଁ ଅଦ୍ୟତୀତ  ଅଟେ | ଫ୍ଲ ଟିକା ପାଇବାକୁ ଚିନ୍ତା କରନ୍ତୁ ଯାହା ଦ୍ୱାରା ଏହାର ଲକ୍ଷଣ ବିକଶିତ ହେବାର ସମ୍ଭାବନା ନ ରହେ |
  • ଆପଣଙ୍କର ଭ୍ରମଣ ବୀମାର ବୈଧତା  ଯାଞ୍ଚ କରନ୍ତୁ |
  • ଅଧିକାଂଶ ସରକାର ବିଭିନ୍ନ ସ୍ତରର ଭ୍ରମଣ ପରାମର୍ଶ ଏବଂ ଆନ୍ତର୍ଜାତୀୟ ଭ୍ରମଣ ବିରୁଦ୍ଧରେ ସତର୍କ ସୂଚନା ଜାରି କରିଛନ୍ତି। ଏଥିରେ ବ୍ରିଟିଶ ଫରେନ  ଏବଂ କମନୱେଲଥ ଅଫିସ (British Foreign and Commonwealth Office), ଆମେରିକାର ଷ୍ଟେଟ  ବିଭାଗ (  the U.S. State Department) ଏବଂ ଫରାସୀ ଆଫେୟାରସ ଏଟ୍ରାଙ୍ଗେରସ (the French Affaires Etrangeres) ଅନ୍ତର୍ଭୁକ୍ତ। ସଚେତନ ରୁହନ୍ତୁ ଯେ COVID-19 ସମ୍ବନ୍ଧୀୟ ଯାତ୍ରା ପାଇଁ କଭର ପାଇବା ସମ୍ଭବ ନୁହେଁ |
  • ଆପଣ ଯୋଗଦେବାକୁ ଯୋଜନା କରୁଥିବା ଯେ କୌଣସି  ଇଭେଣ୍ଟର ସ୍ଥିତିକୁ ନିୟମିତ ଯାଞ୍ଚ କରନ୍ତୁ, ଧ୍ୟାନରେ ରଖନ୍ତୁ ଯେ ଅନେକ ଦେଶ (many countries) ସର୍ବସାଧାରଣ ସମାବେଶକୁ ସମ୍ପୂର୍ଣ୍ଣ ଭାବରେ ନିଷିଦ୍ଧ କରିଛନ୍ତି କିମ୍ବା ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କ ଉପରେ ସମାବେଶକୁ ନିଷିଦ୍ଧ କରିଛନ୍ତି |
  • ଆପଣଙ୍କର ଉଦ୍ଦିଷ୍ଟ ଗନ୍ତବ୍ୟସ୍ଥଳ ପାଇଁ ଯେ କୌଣସି ଲାଗୁ ହେଇଥିବା  କିମ୍ବା ଆଗାମୀ ଭ୍ରମଣ ନିଷେଧଗୁଡିକ ଯାଞ୍ଚ କରନ୍ତୁ | ଆଗାମୀ ଦିନରେ  ବିଶ୍ୱ ସ୍ତରରେ ବିଦେଶୀ ନାଗରିକଙ୍କ ଉପରେ ଅତିରିକ୍ତ ପ୍ରତିବନ୍ଧକ ଏବଂ ନିଷେଧ ବୃଦ୍ଧି ହେବାର ସମ୍ଭାବନା ଅଛି |
  • ମନେରଖନ୍ତୁ ଯେ ସହରାଞ୍ଚଳ କେନ୍ଦ୍ର, ନିର୍ଦ୍ଦିଷ୍ଟ ଅଞ୍ଚଳ, କିମ୍ବା ସମଗ୍ର ଦେଶକୁ ବିନା  ନୋଟିସ୍ରେ ମଧ୍ୟ  ବନ୍ଦ କରି ଦିଆଯାଇପାରିବ ଏବଂ ଏହାକୁ ଦୃଷ୍ଟିରେ ରଖି ଆପଣଙ୍କ ପାଖରେ ଏକ ଜରୁରୀକାଳୀନ ଯୋଜନା ରଖନ୍ତୁ  | କେତେକ ସଂସ୍ଥା ଏବଂ ନିଯୁକ୍ତିଦାତା ସମଗ୍ର ବିଶ୍ୱରେ ଆଧାରିତ କର୍ମଚାରୀଙ୍କ ପାଇଁ  ନିରାପତ୍ତା ପ୍ରସ୍ତୁତି ସ୍ତରକୁ ବୃଦ୍ଧି କରିଛନ୍ତି |
  • ସମଗ୍ର ବିଶ୍ୱରେ ଅନେକ ସୀମା ବନ୍ଦ ହୋଇଯାଇଛି ଓ ଆଉ କିଛି ମଧ୍ୟ ବନ୍ଦ ହେଇପାରେ ଏବଂ ଏହି ସୂଚନା ଆପଣଙ୍କର ଜରୁରୀକାଳୀନ ଯୋଜନାରେ ଜଡିତ ହେବା ଉଚିତ |
  • ଯଦି ଆପଣ ଅସୁସ୍ଥ ଅଛନ୍ତି ତେବେ ଯାତ୍ରା କରନ୍ତୁ ନାହିଁ | ଅଧିକାଂଶ ଆନ୍ତର୍ଜାତୀୟ ତଥା ଆଞ୍ଚଳିକ ବିମାନବନ୍ଦର, ଏବଂ ଅନ୍ୟାନ୍ୟ ପରିବହନ ସ୍ଥଳ  ଗୁଡିକ ସ୍ଵାସ୍ଥ  ସ୍କ୍ରିନିଂ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି। ଯାତ୍ରୀମାନେ ନିଶ୍ଚିତ ଭାବରେ ପରୀକ୍ଷଣର ସମ୍ମୁଖୀନ ହେବେ ଏବଂ ଆସିବା ସମୟରେ କ୍ୱାରଣ୍ଟାଇନ୍ / ଆତ୍ମ-ବିଚ୍ଛିନ୍ନତାକୁ ବାଧ୍ୟତାମୂଳକ ଭାବେ ପାଳନ  କରିବେ |
  • ଅନେକ ଗନ୍ତବ୍ୟସ୍ଥଳକୁ  କିମ୍ବା ସେହି ଠାରୁ  ବିମାନ ଉଡ଼ାଣ ବାତିଲ (cancelling flights) କରିଥିବାରୁ ବିଶ୍ୱସ୍ତରୀୟ ଭ୍ରମଣ ବିକଳ୍ପଗୁଡ଼ିକ ବହୁ ପରିମାଣରେ ହ୍ରାସ ପାଇଛି | COVID-19 ବୃଦ୍ଧି ହେତୁ ପରବର୍ତ୍ତୀ ବାତିଲ୍ ସମ୍ଭାବନା ଆଧିକ ରହିଛି  |  
  • ଆପଣ  ସମ୍ପୂର୍ଣ୍ଣ ଫେରସ୍ତଯୋଗ୍ୟ ବିମାନ ଟିକେଟ କିଣିବା ଉଚିତ୍ | IATA ଅନୁଯାୟୀ (according to IATA), COVID-19 ଅନେକ ବିମାନ ସେବା ପାଇଁ ଗୁରୁତ୍ବପୂର୍ଣ୍ଣ ଆର୍ଥିକ ପାଟଣା  ସୃଷ୍ଟି କରୁଛି ଏବଂ ୟୁରୋପର ସର୍ବ ବୃହତ ଆଞ୍ଚଳିକ ବିମାନ ଉଡ଼ାଣ କମ୍ପାନୀ FlyBe ( FlyBe) ର ପତନ ଘଟାଇଛି ବୋଲି କୁହାଯାଉଛି |
  •  କେଉଁ ସାମଗ୍ରୀକୁ ଆପଣ ସାଙ୍ଗରେ ନେବାକୁ ଆବଶ୍ୟକ କରିପାରନ୍ତି ତାହା ବିଚାର କରନ୍ତୁ | ଚେହେରା ମାସ୍କ, ହ୍ୟାଣ୍ଡ ସାନିଟାଇଜର, ସାବୁନ, ପ୍ୟାକେଡ୍ ଖାଦ୍ୟ ଏବଂ ଶୌଚାଳୟ  କାଗଜ ସମେତ କେତେକ ଜିନିଷର ଅଭାବ (panic buying) ଦେଖାଦେଇଛି | ଧ୍ୟାନ ଦିଅନ୍ତୁ ଯେ COVID-19 ସଂକ୍ରମଣ ହେତୁ ଧର୍ମଘଟ କିମ୍ବା ଶ୍ରମିକଙ୍କ ଅଭାବ (strike action)  ଆପଣଙ୍କ ଗନ୍ତବ୍ୟ ସ୍ଥଳରେ ପରିସ୍ଥିତିକୁ  ଖରାପ କରିପାରେ |
  • ସାବଧାନ ରୁହନ୍ତୁ ଯେ ସୀମିତ ଜଳ ଯୋଗାଣ ଥିବା ଦେଶଗୁଡିକ ଯେପରିକି ଜୋର୍ଡାନ (such as Jordan), ଚାହିଦା ଏବଂ ଅଭାବକୁ ଅନୁଭବ କରିପାରନ୍ତି |
  • ଆପଣଙ୍କ ଗନ୍ତବ୍ୟ ସ୍ଥଳ ପାଇଁ ସର୍ବଶେଷ ଭିସା ପରିସ୍ଥିତି ଯାଞ୍ଚ କରନ୍ତୁ। ଧ୍ୟାନ ଦିଅନ୍ତୁ ଯେ ଅନେକ ଦେଶ (numerous countries) ଭିସା ପ୍ରଦାନ ବନ୍ଦ କରି ଦେଇଛନ୍ତି ଏବଂ ଭ୍ରମଣ ପାଇଁ ପୂର୍ବରୁ ଦିଆଯାଇଥିବା ଭିସା ସ୍ଥଗିତ କରାଯାଇଛି।
  • ଆପଣ COVID-19 ମୁକ୍ତ ବୋଲି ପ୍ରମାଣ କରିବାକୁ ଆପଣଙ୍କର ଗନ୍ତବ୍ୟ ସ୍ଥଳ ଏକ ଡାକ୍ତରୀ ପ୍ରମାଣପତ୍ର ଆବଶ୍ୟକ କରେ କି ନାହିଁ ଯାଞ୍ଚ କରନ୍ତୁ | କିଛି ଉଦାହରଣ ଏଠାରେ (here) ଦେଖିବାକୁ ମିଳେ |
  • ନମନୀୟ ମାର୍ଗଗୁଡିକ ବଜାୟ ରଖନ୍ତୁ ଏବଂ ସ୍ୱାସ୍ଥ୍ୟ ସ୍କ୍ରିନିଂ ପଦକ୍ଷେପ ( health screening measures)  ଏବଂ ତାପମାତ୍ରା ଯାଞ୍ଚ ପଏଣ୍ଟକୁ ଧ୍ୟାନରେ ରଖି ବିଶ୍ୱ  ବିମାନବନ୍ଦରରେ ଅତିରିକ୍ତ ସମୟ ଦିଅନ୍ତୁ | କେତେକ ରେଳ ଷ୍ଟେସନ, ବନ୍ଦର / ଡକ୍ ଏବଂ ଦୀର୍ଘ ଦୂରଗାମୀ ବସ୍ ଷ୍ଟେସନରେ ମଧ୍ୟ ଏହା ପ୍ରଯୁଜ୍ୟ |
  • ଆପଣଙ୍କ ଆଗମନ ସ୍ଥଳରେ ଯେ କୌଣସି ପରିବର୍ତ୍ତନ ବିଷୟରେ  ସଚେତନ  ରହନ୍ତୁ, ଧ୍ୟାନ ଦିଅନ୍ତୁ ଯେ କେତେକ ଦେଶ କେବଳ ବିଦେଶୀ ନାଗରିକମାନଙ୍କୁ କିଛି ବିମାନବନ୍ଦର ଏବଂ ଟର୍ମିନାଲରେ ପ୍ରବେଶ କରିବାକୁ ଅନୁମତି ଦେବେ |
  • ଆପଣ ପରିଦର୍ଶନ କରୁଥିବା ଦେଶ ମଧ୍ୟରେ ଯେ କୌଣସି ଆଭ୍ୟନ୍ତରୀଣ ସହରର ଗତିବିଧି ପ୍ରତିବନ୍ଧକ ସମ୍ବାଦ ପାଇଁ ସ୍ଥାନୀୟ ଉତ୍ସଗୁଡିକ ଉପରେ ନିରନ୍ତର ନଜର ରଖନ୍ତୁ |

ପୋଷ୍ଟଆସାଇନମେଣ୍ଟ୍

  • ନିରନ୍ତର  ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖନ୍ତୁ |
  •  ଯଦି ଆପଣ ଏକ ଉଚ୍ଚ ସଂକ୍ରମଣ ହାର ଥିବା  ସ୍ଥାନରୁ ଫେରୁଛନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କୁ  ଆତ୍ମ-ବିଚ୍ଛିନ୍ନ କରିବାକୁ ପଡିବ | ଦୟାକରି ସମ୍ପୃକ୍ତ ସରକାରୀ ପରାମର୍ଶ ଯାଞ୍ଚ କରନ୍ତୁ |
  • COVID-19 ର ସର୍ବଶେଷ ଅଦ୍ୟତନ ଓ  ସୂଚନା, ଏବଂ ଆପଣଙ୍କର ଉତ୍ପତ୍ତି ଓ ଗନ୍ତବ୍ୟ  ସ୍ଥଳରେ କାର୍ଯ୍ୟକାରୀ ହେଉଥିବା ଯେକୌଣସି କ୍ୱାରଣ୍ଟାଇନ୍ କିମ୍ବା  ବିଚ୍ଛିନ୍ନତା ପ୍ରକ୍ରିୟା ଉପରେ ନଜର ରଖନ୍ତୁ|
  •  ଆପଣ ଯେଉଁ ଦେଶରେ ଅଛନ୍ତି, ସଂକ୍ରମଣ ହାର ଉପରେ ନିର୍ଭର କରି, ଆପଣ ଫେରିବା ପରେ 14 ଦିନ ପାଇଁ ଆପଣ ନିକଟତର ଥିବା ବ୍ୟକ୍ତିଙ୍କ ନାମ / ସଂଖ୍ୟା ସହିତ ଏକ ପତ୍ରିକା ରଖିବା  ଉଚିତ୍ | ଯଦି ଆପଣ ଲକ୍ଷଣ ଦେଖାଇବା ଆରମ୍ଭ କରନ୍ତି ତେବେ ଏହା ସମ୍ଭାବ୍ୟ ଯୋଗାଯୋଗ ଓ  ଅନୁସନ୍ଧାନରେ ସାହାଯ୍ୟ କରିବ |

ଯଦି ଆପଣଙ୍କଠାରେ  ଲକ୍ଷଣ ବିକଶିତ ହୁଏ

  • ଯଦି ଆପଣଙ୍କର COVID-19 ର ଲକ୍ଷଣ (symptoms of COVID-19)ବିକଶିତ ହୁଏ ଯଦିଓ  ସାମାନ୍ୟ, ଏହା ବିଷୟରେ ଆପଣଙ୍କର ପରିଚାଳନା ଦଳକୁ ଜଣାନ୍ତୁ ଏବଂ ବିମାନବନ୍ଦର କିମ୍ବା ଅନ୍ୟାନ୍ୟ ପରିବହନ ସ୍ଥଳରୁ ଆପଣଙ୍କ ଘରକୁ ଉପଯୁକ୍ତ ପରିବହନରେ  ନେବାକୁ ସେମାନଙ୍କ ସହିତ ଯୋଗାଯୋଗ  କରନ୍ତୁ | କେବଳ ଏକୁଟିଆ  ଟ୍ୟାକ୍ସିରେ ଯାଆନ୍ତୁ ନାହିଁ |
  • ନିଜର  ଏବଂ ଆପଣଙ୍କ ସମ୍ପ୍ରଦାୟର ସୁରକ୍ଷା ପାଇଁ WHO,ସିଡିସି ,(WHO, the CDC) କିମ୍ବା ସ୍ଥାନୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ |
  • ଯେତେବେଳେ ଆପଣଙ୍କର ଲକ୍ଷଣ ଆରମ୍ଭ ହେବାର , ଅତି କମରେ 7 ଦିନ ଆପଣ  ଘରୁ ବାହାରକୁ ଯାଆନ୍ତୁ ନାହିଁ | ଆପଣ ସଂକ୍ରମିତ ଥିବାବେଳେ ଏହା କରିବା ଆପଣଙ୍କ ସମ୍ପ୍ରଦାୟର ଅନ୍ୟମାନଙ୍କୁ ସୁରକ୍ଷା ଦେବାରେ ସାହାଯ୍ୟ କରିବ |
  • ଆଗକୁ ଯୋଜନା କରନ୍ତୁ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ ମାଗନ୍ତୁ | ନିଜ ପାଇଁ ଆବଶ୍ୟକ ସାମଗ୍ରୀ ପାଇବାକୁ  ନିଯୁକ୍ତିଦାତା, ବନ୍ଧୁ ଏବଂ ପରିବାରବର୍ଗଙ୍କୁ କୁହନ୍ତୁ ଓ ସେହି ସାମଗ୍ରୀଗୁଡିକୁ  ଆପଣଙ୍କର ଦ୍ୱାର ବାହାରେ ଛାଡିବା ପାଇଁ କୁହନ୍ତୁ |
  • ଯଥା  ସମ୍ଭବ ଆପଣଙ୍କ ଘରେ ଅନ୍ୟ ଲୋକଙ୍କଠାରୁ ଅତି କମରେ 2 ମିଟର ଦୂରରେ ରୁହନ୍ତୁ |
  •  ସମ୍ଭବ ହେଲେ ଏକାକୀ ଶୋଇବା ବ୍ୟବସ୍ତା କରନ୍ତୁ  | |
  • ଯଦି ଅନ୍ୟମାନଙ୍କ ସହିତ ଆବାସ ବାଣ୍ଟନ୍ତି, ସମସ୍ତଙ୍କ ପାଇଁ ଏକ 14 ଦିନର ବିଚ୍ଛିନ୍ନତା ଅବଧି ପାଳନ କରାଯିବା ଉଚିତ | ଏଥିପାଇଁ ଏକ ଉପଯୋଗୀ ଗାଇଡ୍ ଏଠାରେ (here) ମିଳିପାରିବ |ପାରସ୍ପରିକ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ  ବାଥରୁମ, ଶୌଚାଳୟ ଏବଂ ରୋଷେଇ ଘର ବ୍ୟବହାର କରିବା ସମୟରେ ବିଶେଷ ଯତ୍ନ ନେବା ଆବଶ୍ୟକ| 
  • ସାବୁନ ଏବଂ ଗରମ ପାଣି ବ୍ୟବହାର କରି ଅତି କମରେ 20 ସେକେଣ୍ଡ ପାଇଁ ନିୟମିତ ଭାବରେ ଏବଂ ଭଲ ଭାବରେ ହାତ ଧୋଇ ଦିଅନ୍ତୁ |
  •  ଯଥାସମ୍ଭବ ଦୁର୍ବଳ ବ୍ୟକ୍ତିବିଶେଷଙ୍କଠାରୁ ଦୂରରେ ରୁହନ୍ତୁ, ଯେପରିକି ବୃଦ୍ଧ ଏବଂ ଅନ୍ତର୍ନିହିତ ସ୍ୱାସ୍ଥ୍ୟ ଅବସ୍ଥା ଥିବା ବ୍ୟକ୍ତି |
  • ଦେଶର ସ୍ୱାସ୍ଥ୍ୟ  କର୍ତ୍ତୃପକ୍ଷଙ୍କୁ ଆତ୍ମ-ବିଚ୍ଛିନ୍ନ ହେବାକୁ ଡାକିବା ଆବଶ୍ୟକ ନାହିଁ, ଯେପର୍ଯ୍ୟନ୍ତ ବିଚ୍ଛିନ୍ନତା ଅବସ୍ଥାରେ ଆପଣଙ୍କର  ଲକ୍ଷଣଗୁଡ଼ିକ ଖରାପ ନହୁଏ।

ସିପିଜେ ର ଅନଲାଇନ୍ ସେଫ୍ଟି କିଟ୍ (Safety Kit) ସାମ୍ବାଦିକ ଏବଂ ସମ୍ବାଦ କକ୍ଷକୁ ଶାରୀରିକ, ଡିଜିଟାଲ୍ (digital) ଏବଂ ମାନସିକ ନିରାପତ୍ତା ଉତ୍ସ ଏବଂ ଉପକରଣ ଉପରେ ମୌଳିକ ସୁରକ୍ଷା ସୂଚନା ପ୍ରଦାନ କରିଥାଏ, ଯେଉଁଥିରେ ନାଗରିକ ଅଶାନ୍ତି ଏବଂ ନିର୍ବାଚନ (civil unrest and elections)ଅନ୍ତର୍ଭୁକ୍ତ ଅଟେ|