PEDRO PARDO / AFP

ସିପିଜେ ସୁରକ୍ଷା ପରାମର୍ଶବଳି : କରୋନାଭାଇରସ୍ ବିସ୍ତାର ଉପରେ ରିପୋର୍ଟିଂ କରିବା ବେଳେ ଅବଲମ୍ବନ କରିବାକୁ ଥିବା ସତର୍କତା

ମଇ ୨୦,୨୦୨୧

ମାର୍ଚ୍ଚ 11, 2020 ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) COVID-19 (ନଭେଲ କରୋନାଭାଇରସ୍) ଏକ ମହାମାରୀ ବୋଲି ଘୋଷଣା କରିଥିଲାସମ୍ବାଦ ରିପୋର୍ଟ ଅନୁଯାୟୀ, ବିଶ୍ୱର  ସ୍ଥିତି ବଦଳିବା ସହିତ, ନୂତନ କରୋନାଭାଇରସ୍ ର ପ୍ରକାର  ଗୁଡିକ ଚିହ୍ନଟ ହେବାରେ ଲାଗିଛି.   COVID-19 ଟୀକାକରଣ କାର୍ଯ୍ୟକ୍ରମ  ଦ୍ରୁତ ଗତିରେ ଚାଲି ଥିବାରୁଦେଶଗୁଡିକ ସେମାନଙ୍କର ଯାତ୍ରା ପ୍ରତିବନ୍ଧକ ଏବଂ ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପ  ଗୁଡିକକୁ କଡାକଡି ଭାବେ କିମ୍ବା କୋହଳ କରି ପାଳନ କରୁଛନ୍ତି|

ସିପିଜେ ଦସ୍ତାବିଜ ଅନୁଯାୟୀ ସ୍ୱାଧୀନ  ରିପୋର୍ଟ ତଥା ସୂଚନା  ପାଇବାର ଅଧିକାର ଉପରେ କଟକଣା ଲଗାଇବାକୁ ବିଭିନ୍ନ ଦେଶର କର୍ତ୍ତୃପକ୍ଷଙ୍କ ଉଦ୍ୟମ ସତ୍ୱେ ସାରା ବିଶ୍ୱରେ ସାମ୍ବାଦିକମାନେ ମହାମାରୀ ତଥା ଏହାର ମୁକାବିଲା ପାଇଁ ସରକାରଙ୍କ ଉଦ୍ୟମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସାମ୍ବାଦିକମାନଙ୍କ ସହ ସିପିଜେଙ୍କ ସାକ୍ଷାତକାର ଅନୁଯାୟୀ ଗଣମାଧ୍ୟମର ସଦସ୍ୟମାନେ ବହୁ ପରିମାଣର ଚାପର ସମ୍ମୁଖୀନ ହେଉଛନ୍ତି ଏବଂ  ଭ୍ରମଣ, ସାକ୍ଷାତକାର ଏବଂ ସେମାନେ କାର୍ଯ୍ୟ କରୁଥିବା ସ୍ଥାନଗୁଡିକ ମାଧ୍ୟମରେ ସଂକ୍ରମଣର ସମ୍ମୁଖୀନ ହୋଇପାରନ୍ତି। ସିପିଜେ ଦ୍ୱାରା ସମ୍ପ୍ରତି  ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ସାମ୍ବାଦିକମାନେ ସେନ୍ସର, ଡେଟନ୍ସନ , ଶାରୀରିକ ତଥା ଅନଲାଇନ୍ ନିର୍ଯ୍ୟାତନା ଏବଂ COVID-19 କାରଣରୁ ଜୀବିକା ହରାଇବାକୁ ବାଧ୍ୟ ହୋଇଛନ୍ତି।

ଅତ୍ୟାଧୁନିକ ପରାମର୍ଶ ଏବଂ ପ୍ରତିବନ୍ଧକ ଉପରେ ଅଦ୍ୟତନ ରଖିବାକୁହେଲେ, ଏହି ରୋଗ ବିଷୟରେ ଖବର କରୁଥିବା ସାମ୍ବାଦିକମାନେ WHO ଏବଂ ସେମାନଙ୍କର ସ୍ଥାନୀୟ ଜନସ୍ୱାସ୍ଥ୍ୟ ସଂସ୍ଥାର ସୂଚନା ଉପରେ ନଜର ରଖିବା ଉଚିତ୍| ସଂକ୍ରମଣ ସମ୍ବନ୍ଧୀୟ  ଅତ୍ୟାଧୁନିକ ଖବର ପାଇଁ ଜନ୍ ହପକିନ୍ସ ୟୁନିଭରସିଟି କରୋନାଭାଇରସ୍ ରିସୋର୍ସ ସେଣ୍ଟର ଏକ ନିରାପଦ ଏବଂ ନିର୍ଭରଯୋଗ୍ୟ ଉତ୍ସ ଅଟେ |

କର୍ମକ୍ଷେତ୍ରରେ  ସୁରକ୍ଷିତ ରହିବାକୁ ହେଲେ

ଆନ୍ତର୍ଜାତୀୟ ଭ୍ରମଣ ପ୍ରତିବନ୍ଧକ ଏବଂ ନିରାପତ୍ତା ସମ୍ବନ୍ଧୀୟ ପଦକ୍ଷେପଗୁଡ଼ିକ ବାରମ୍ବାର ବଦଳିଥାଏ, ଅର୍ଥାତ୍ ଆସାଇନମେଣ୍ଟଗୁଡ଼ିକ ପରିବର୍ତ୍ତନ ହୋଇପାରେ   ଅଳ୍ପ କିମ୍ବା ବିନା ନୋଟିସରେ  ବାତିଲ ମଧ୍ୟ ହୋଇପାରେ |

ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଅନୁଯାୟୀ, ଟୀକାକରଣ କରାଯାଇଥିବା ମିଡିଆ କର୍ମକର୍ତ୍ତାମାନେ ଧ୍ୟାନ ଦେବା ଉଚିତ୍ ଯେ ସେମାନେ ମଧ୍ୟ  ଜୀବାଣୁ ସଂକ୍ରମଣ କରିବାରେ ସକ୍ଷମ ହୋଇପାରନ୍ତି। ବିଭିନ୍ନ ଟୀକାକରଣ,  ଜୀବାଣୁର ଅନେକପ୍ରକାର ସ୍ଟ୍ରେନ୍ରୁ  ବିଭିନ୍ନ ସ୍ତରର ସୁରକ୍ଷା ପ୍ରଦାନ କରିବାରେ ସକ୍ଷମ ହେଇଥାଏ  | ୟେଲ ମେଡିସିନ୍ ଅନୁଯାୟୀ, COVID-19 ସମ୍ବନ୍ଧୀୟ ସୁରକ୍ଷା ପଦକ୍ଷେପ ଯେପରିକି ଶାରୀରିକ ଦୂରତା ଏବଂ ଚେହେରା ମାସ୍କ ପିନ୍ଧିବା ଇତ୍ୟାଦିକୁ ପାଳନ କରିବା ଉଚିତ |

ଯେଉଁମାନେ COVID-19 ମହାମାରୀକୁ କଭର  କରିବାକୁ ଯୋଜନା କରୁଛନ୍ତି ସେମାନେ ନିମ୍ନଲିଖିତ ସୁରକ୍ଷା ସୂଚନାକୁ ବିଚାର କରିବା ଉଚିତ୍:

ପ୍ରି-ଆସାଇନମେଣ୍ଟ୍

ବିଶେଷତଃ  ଯଦି ଅଧିକ ସଂକ୍ରମଣ ହାର ଥିବା ଅଞ୍ଚଳରେ କାର୍ଯ୍ୟ କରିବା କିମ୍ବା ଯାତ୍ରା  କରିବାର ଅଛି ତାହେଲେ  ଆସାଇନମେଣ୍ଟ ପୂର୍ବରୁ COVID-19 ଟୀକାକରଣ  କରିବାକୁ ଚିନ୍ତା କରନ୍ତୁ ଯାହାକି ଆପଣଙ୍କ ପାଇଁ ସୁରକ୍ଷିତ ଥିବ|

ଆପଣଙ୍କ ଅବସ୍ଥାନ ଏବଂ ଗନ୍ତବ୍ୟ ସ୍ଥଳରେ ସଂକ୍ରମଣ ହାର କେତେ ଅଧିକ ତାହା ଉପରେ ନିର୍ଭର କରି, ଟ୍ରାନ୍ସମିସନ୍ ଏବଂ  ଏକ୍ସପୋଜର  ବିପଦକୁ କମ୍ କରିବା ପାଇଁ ବ୍ୟକ୍ତିଙ୍କ ସହିତ ସାକ୍ଷାତକାର  ଅପେକ୍ଷା ଫୋନ୍ କିମ୍ବା ଅନଲାଇନ୍ ସାକ୍ଷାତକାର କରାଯିବା ଉଚିତ୍ |

ସିଡିସି ଅନୁଯାୟୀ, ବୟସ୍କ ବ୍ୟକ୍ତି ଏବଂ ବ୍ୟକ୍ତିବିଶେଷ ମଧୁମେହ କିମ୍ବା ମୋଟାପଣ ଭଳି ସ୍ୱାସ୍ଥ୍ୟ  ଅବସ୍ଥା ଥିବା ବ୍ୟକ୍ତିଙ୍କୁ ଅଧିକ ବିପଦ ବୋଲି ବିବେଚନା କରାଯାଏ। ଯଦି ଆପଣ ଏହି ବର୍ଗରେ ପଡ଼ନ୍ତି, ଏବଂ ସଂକ୍ରମଣ ହାର ଉପରେ ନିର୍ଭର କରି, ଆପଣ  କୌଣସି କାର୍ଯ୍ୟରେ ଅଂଶଗ୍ରହଣରୁ ଦୂରେଇ ରହିବା ଉଚିତ ଯାହା ଆପଣଙ୍କୁ ସାଧାରଣ ଜନତାଙ୍କ ସହିତ ସିଧାସଳଖ ଯୋଗାଯୋଗରେ ରଖିବ | ଗର୍ଭବତୀ ଥିବା କର୍ମଚାରୀଙ୍କୁ ମଧ୍ୟ ଧ୍ୟାନ ଦେବା ଉଚିତ୍ |

COVID-19 ମହାମାରୀ ଉପରେ ରିପୋର୍ଟିଂ ପାଇଁ କର୍ମଚାରୀ ଚୟନ କରିବାବେଳେ, ପରିଚାଳନା  କର୍ତ୍ତୃପକ୍ଷ ସମ୍ଭାବ୍ୟ ଜାତିପ୍ରଥା ଆକ୍ରମଣକୁ ମନେ ରଖିବା ଉଚିତ୍ ଯାହାକି  ନ୍ୟୁୟର୍କ ଟାଇମ୍ସ ଦ୍ୱାରା ହାଇଲାଇଟ୍ କରାଯାଇଛି |

ବିଶ୍ୱସ୍ତରୀୟ ଯାତ୍ରା  ପ୍ରତିବନ୍ଧକ ଏବଂ ଲକଡାଉନ୍ ପଦକ୍ଷେପଗୁଡ଼ିକ ସ୍ୱଳ୍ପ କିମ୍ବା  ବିନା ଚେତାବନୀ ସହିତ ପରିବର୍ତ୍ତନ ହୋଇପାରେ | ଆତ୍ମ-ବିଚ୍ଛିନ୍ନତା ଏବଂ / କିମ୍ବା ଏକ ବର୍ଦ୍ଧିତ ସମୟ ପାଇଁ  କ୍ୱାରଂଟିନ / ଲକଡାଉନ୍ ଜୋନ ହେବାର  ସମ୍ଭାବନାକୁ ଧ୍ୟାନରେ ରଖି ,ଆସାଇନମେଣ୍ଟ ସମୟରେ ତୁମେ ଅସୁସ୍ଥ ହେଲେ ତୁମକୁ ସାହାଯ୍ୟ କରିବା ଏବଂ ସମର୍ଥନ କରିବା ପାଇଁ ତୁମର ପରିଚାଳନା ଦଳ କେଉଁ ଯୋଜନା କରିଛି ସେ ବିଷୟରେ ଆଲୋଚନା କରନ୍ତୁ|

ଅକ୍ସଫୋର୍ଡ ୟୁନିଭରସିଟିର ରଏଟର୍ସ ଇନଷ୍ଟିଚ୍ୟୁଟ୍ ଅନୁଯାୟୀ, COVID-19 ମହାମାରୀ ବିଷୟରେ ରିପୋର୍ଟ କରିବା ସମୟରେ ବହୁ ଅଭିଜ୍ଞ ସାମ୍ବାଦିକ ମଧ୍ୟ ମାନସିକ ସ୍ତରରେ ସଂଘର୍ଷ କରିପାରନ୍ତି। ମ୍ୟାନେଜମେଣ୍ଟ ସେମାନଙ୍କ ସାମ୍ବାଦିକମାନଙ୍କୁ ନିୟମିତ ଭାବରେ ଯାଞ୍ଚ କରି ସେମାନେ କିପରି ମୁକାବିଲା କରୁଛନ୍ତି ସେ ବିଷୟରେ ଜାଣିବା ଆବଶ୍ୟକ | ଯଦି ଆବଶ୍ୟକ ହୁଏ ତେବେ ମାର୍ଗଦର୍ଶନ ଏବଂ ସମର୍ଥନ ପ୍ରଦାନ କରିବା ମଧ୍ୟ ଉଚିତ|

COVID-19 ଦ୍ୱାରା ପ୍ରଭାବିତ ଏକ ସ୍ଥାନ କିମ୍ବା କ୍ଷେତ୍ରରୁ ରିପୋର୍ଟ କରିବାର ସମ୍ଭାବ୍ୟ ମାନସିକ ପ୍ରଭାବକୁ ବିଚାର କରନ୍ତୁ, ବିଶେଷତଃ  ଯଦି ଚିକିତ୍ସା  ବିଚ୍ଛିନ୍ନତା ସୁବିଧା, କିମ୍ବା ଲକଡାଉନ୍ ଜୋନ୍ ରୁ ରିପୋର୍ଟ କରନ୍ତି | DART ସେଣ୍ଟର  ଫୋର ଜର୍ନାଲିଶମ  ଏଣ୍ଡ  ଟ୍ରମା, ଆଘାତଜନିତ ପରିସ୍ଥିତିକୁ ଆଚ୍ଛାଦନ କରୁଥିବା ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଏକ ଉପଯୋଗୀ ଉତ୍ସ ହୋଇପାରିବ| COVID-19 କୁ ରିପୋର୍ଟିଂ  କରୁଥିବା ସାମ୍ବାଦିକ , ମାନସିକ ସ୍ୱାସ୍ଥ୍ୟ ଅଭ୍ୟାସ ସହିତ ବାହ୍ୟ ସୁରକ୍ଷା ଉତ୍ସ ପାଇଁ CPJ ର ଜରୁରୀକାଳୀନ ପୃଷ୍ଠା  ନିଶ୍ଚିତ ଭାବରେ ପରିଦର୍ଶନ କରନ୍ତୁ |

ସଂକ୍ରମଣରୁ ଦୂରେଇ ରହନ୍ତୁ ଏବଂ ଅନ୍ୟମାନଙ୍କୁ ସଂକ୍ରମଣରୁ ଦୂରେଇ ରଖନ୍ତୁ

ଅଧିକାଂଶ ଦେଶ ସାମାଜିକ / ଶାରୀରିକ ଦୂରତା ଅଭ୍ୟାସ କରୁଛନ୍ତି, ଆପଣ ଯେଉଁ ଦେଶରେ ଅଛନ୍ତି ସେହି ଦେଶର  ସୁପାରିଶ କରାଯାଇଥିବା ଦୂରତା ଭିନ୍ନ ହୋଇପାରେ | ଯଦି ଅଧିକ ବିପଦପୂର୍ଣ୍ଣ ସ୍ଥାନରୁ ରିପୋର୍ଟ କରନ୍ତି ତେବେ ସେହି ସ୍ଥାନର  ପରିଷ୍କାର ପରିଚ୍ଛନ୍ନତା ବିଷୟରେ ପୂର୍ବରୁ ପଚାରନ୍ତୁ  | ଯଦି କୌଣସି ସନ୍ଦେହ ଉପୁଜେ  ତାହା ହେଲେ , ପରିଦର୍ଶନ କରନ୍ତୁ ନାହିଁ

  • ଯେ କୌଣସି  ପ୍ରକାରର ସ୍ୱାସ୍ଥ୍ୟସେବା
  • ବୃଦ୍ଧମାନଙ୍କ ପାଇଁ  ଯତ୍ନ ଗୃହ
  • ଅସୁସ୍ଥ, ବୃଦ୍ଧ, ଗର୍ଭବତୀ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବ୍ୟକ୍ତିଙ୍କ ଘର
  • ଏକ ଶବ  ଗୃହ , ଶବ ବ୍ୟବଚ୍ଛେଦ, ଶବଦାହ, କିମ୍ବା ଅନ୍ତିମ ସଂସ୍କାର ସେବା
  • ଏକ କ୍ୱାରଣ୍ଟିନ୍, ବିଚ୍ଛିନ୍ନତା, କିମ୍ବା ଲକଡାଉନ୍ ଜୋନ୍

ସଂକ୍ରମଣରୁ ରକ୍ଷା ପାଇବା ପାଇଁ  ନିମ୍ନଲିଖିତ ନିର୍ଦେଶାବଳୀ  ଅନ୍ତର୍ଭୁକ୍ତ:

ସୁପାରିଶ କରାଯାଇଥିବା ସୁରକ୍ଷିତ ଶାରୀରିକ ଦୂରତା ସମସ୍ତଙ୍କ ସହିତ ବଜାୟ ରଖନ୍ତୁ, ଯାହା କି  ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପରାମର୍ଶ ଅନୁଯାୟୀ ଭିନ୍ନ ହୋଇପାରେ | ଶ୍ୱାସ  ରୋଗର  କୌଣସି ଲକ୍ଷଣ ପରିଲକ୍ଷିତ ହେଉଥିବା  ବ୍ୟକ୍ତିଙ୍କ ଯେପରିକି କାଶ ଏବଂ ଛିଙ୍କିବା, ଏବଂ / କିମ୍ବା ବୃଦ୍ଧଙ୍କୁ ସାକ୍ଷାତକାର ଦେବା ସମୟରେ, ସ୍ୱାସ୍ଥ୍ୟ  ଅବନୀତି  ଘଟୁଥିବା ବ୍ୟକ୍ତିଙ୍କ ନିକଟତର , ଯେଉଁମାନେ ଲକ୍ଷଣଭିତ୍ତିକ, COVID- 19 ରୋଗୀଙ୍କୁ  ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟ ସେବା କର୍ମଚାରୀ , କିମ୍ବା କୌଣସି  ଉଚ୍ଚ ବିପଦପୂର୍ଣ୍ଣ ସ୍ଥାନରେ କାମ  କରୁଥିବା  ଶ୍ରମିକ ମାନେ  ବିଶେଷ ଭାବରେ ଯତ୍ନବାନ ହେବା ଉଚିତ |

ବାହ୍ୟ ଜାଗାରେ ଲୋକଙ୍କ ସାକ୍ଷାତକାର ନେବାକୁ ଚେଷ୍ଟା କରନ୍ତୁ | ଯଦି ଆପଣ ଘର ଭିତରେ ସାକ୍ଷାତକାର ନେବାକୁ ଚାହାନ୍ତି  ତେବେ ଏକ ବାୟୁ ପ୍ରବାହ  ସ୍ଥାନ ବାଛନ୍ତୁ (ଯଥା ଖୋଲା ୱିଣ୍ଡୋ) ଏବଂ ଛୋଟ ସୀମିତ ସ୍ଥାନଗୁଡିକୁ  ସର୍ବଦା ଏଡାନ୍ତୁ |

କାହା ସହିତ ହାତ ମିଳାଇବା,ଆଲିଙ୍ଗନ କରିବା ଏବଂ ଚୁମ୍ବନ ଦେବା ଠାରୁ ଦୂରେଇ ରୁହନ୍ତୁ |

ସାକ୍ଷାତକାର ସମୟରେ ସାମ୍ନା ସାମ୍ନି  ମୁହଁ କରିବା  ଅପେକ୍ଷା ଏକ  କୋଣରେ ଠିଆ ହେବାକୁ ଚେଷ୍ଟା କରନ୍ତୁ ଏବଂ ସର୍ବଦା ପରାମର୍ଶିତ ନିରାପଦ ଶାରୀରିକ ଦୂରତା ବଜାୟ ରଖନ୍ତୁ |

ଗରମ ପାଣି ଏବଂ ସାବୁନ ବ୍ୟବହାର କରି ଏକ ସମୟରେ ଅତି କମରେ 20 ସେକେଣ୍ଡ ପାଇଁ ନିୟମିତ, ସଠିକ୍ ଏବଂ ଭଲ ଭାବରେ ହାତ  ଧୁଅନ୍ତୁ  | ନିଶ୍ଚିତ କରନ୍ତୁ ଯେ  ଯେପରିକି ଉପଯୁକ୍ତ ଉପାୟରେ ହାତ ଶୁଖିଯାଏ |  କିପରି ହାତକୁ ସଠିକ୍ ଭାବରେ ଧୋଇବେ ଏବଂ ଶୁଖାଇବେ  ଏହି  ବିଷୟରେ ଏକ ଉପଯୋଗୀ ଗାଇଡ୍  ଆପଣଙ୍କୁ WHO ୱେବସାଇଟରେ ଉପଲବ୍ଧ ଅଛି  |

ଯଦି ଗରମ ପାଣି ଏବଂ ସାବୁନ ଉପଲବ୍ଧ ନଥାଏ ତେବେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଜେଲ୍ କିମ୍ବା ୱାଇପ୍ ବ୍ୟବହାର କରନ୍ତୁ, କିନ୍ତୁ ଗରମ ପାଣି ଏବଂ ସାବୁନ ଧୋଇବା ପଦ୍ଧତି କୁ ମଧ୍ୟ  ଅନୁସରଣ କରନ୍ତୁ | (ସିଡିସି ପରାମର୍ଶ ଅନୁଯାୟୀ 60% ରୁ ଅଧିକ ଇଥାନଲ କିମ୍ବା 70% ଆଇସୋପ୍ରୋପାନୋଲ ସହିତ ଆଲକୋହଲ  ଆଧାରିତ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଉଚିତ ।)  ନିୟମିତ ହାତ ଧୋଇବା ରୁଟିନ୍  ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର  କରନ୍ତୁ  ନାହିଁ |

କାଶ ଏବଂ ଛିଙ୍କିବା ସମୟରେ ସର୍ବଦା ପାଟି ଏବଂ ନାକକୁ ଘୋଡାନ୍ତୁ | ଯଦି ଆପଣ  କାଶ କିମ୍ବା  ଛିଙ୍କ ଏକ ଟିସୁରେ କରନ୍ତି , ତୁରନ୍ତ ଏହାକୁ ଏକ ନିରାପଦ ଏବଂ ଉପଯୁକ୍ତ ଢଙ୍ଗରେ ନିଷ୍କାସନ କରନ୍ତୁ , ଏବଂ ପରେ ହାତକୁ ଭଲ ଭାବରେ ଧୋଇବାକୁ ମନେରଖନ୍ତୁ  |

ବିସିସିଆଇ ପରାମର୍ଶ ଅନୁଯାୟୀ , ଆପଣ ମୁହଁ, ନାକ, ପାଟି, କାନ ଇତ୍ୟାଦି ଛୁଇଁବା ଠାରୁ ଦୂରେଇ ରୁହନ୍ତୁ |

ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କପ, କ୍ରକେରି, କିମ୍ବା କଟଲିରିରୁ ପିଇବା / ଖାଇବା ଠାରୁ ଦୂରେଇ ରୁହନ୍ତୁ

କେଶକୁ ସର୍ବଦା ଘୋଡେଇକି ରଖନ୍ତୁ| ଲମ୍ବା କେଶକୁ ସର୍ବଦା  ବାନ୍ଧି ରଖିବା ଉଚିତ୍ |

ଯେ କୌଣସି କାର୍ଯ୍ୟ ପୂର୍ବରୁ ସମସ୍ତ ଅଳଙ୍କାର ଏବଂ ହାତଘଣ୍ଟା ଇତ୍ୟାଦିକୁ ଅପସାରଣ କରନ୍ତୁ, ଧ୍ୟାନ ଦିଅନ୍ତୁ ଯେ COVID-19 ଜୀବାଣୁ ବିଭିନ୍ନ ସମୟ ପାଇଁ ବିଭିନ୍ନ ପୃଷ୍ଠରେ (different surface types) ଜୀବନ୍ତ ରହିପାରିବେ |

ଯଦି ଆପଣ ଚଷମା ପିନ୍ଧନ୍ତି, ତେବେ ନିୟମିତ ଭାବରେ ଗରମ ପାଣି ଏବଂ ସାବୁନ୍ ଦ୍ୱାରା  ସଫା କରନ୍ତୁ |

ଯଥା ସମ୍ଭବ ଆସାଇନମେଣ୍ଟରେ କଣ୍ଟାକ୍ଟ ଲେନ୍ସ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ  କାରଣ ଏହାଦ୍ୱାରା ଆପଣ ଆପଣଙ୍କ ଆଖିକୁ ଛୁଇଁବାର ସମ୍ଭାବନା ଏବଂ ସଂକ୍ରମଣର ସମ୍ଭାବନା ଅଧିକ ଥାଏ  |

ଆପଣ କେଉଁ ପୋଷାକ ପିନ୍ଧିବେ ତାହା ବିଚାର କରନ୍ତୁ ଏବଂ ଧ୍ୟାନ ଦିଅନ୍ତୁ ଯେ କେତେକ କପଡା ଅନ୍ୟ  କପଡା ତୁଳନାରେ ସହଜରେ ସଫା ହୋଇପାରେ | ତେଣୁ ସମସ୍ତ ପୋଷାକ  ଯେ କୌଣସି ଆସାଇନମେଣ୍ଟ  ପରେ ଡିଟରଜେଣ୍ଟ ସହିତ ଉଚ୍ଚ ତାପମାତ୍ରାରେ ଧୋଇବା ଉଚିତ୍ |

ଯଦି ସମ୍ଭବ, ଆସାଇନମେଣ୍ଟରେ ନଗଦ ବ୍ୟବହାର ନକରିବାକୁ ଚେଷ୍ଟା କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଆପଣ ନିୟମିତ ଭାବରେ ଆପଣଙ୍କର କ୍ରେଡିଟ୍ / ଡେବିଟ୍ କାର୍ଡ, ୱାଲେଟ୍, ଏବଂ / କିମ୍ବା ପର୍ସ ସଫା କରୁଛନ୍ତି  | ଯଥାସମ୍ଭବ ନିଜ ପକେଟରେ ହାତ ରଖିବା ଠାରୁ ଦୂରେଇ ରୁହନ୍ତୁ |

ଆସାଇନମେଣ୍ଟ ସ୍ଥାନକୁ ଯିବା ଓ ଆସିବା ପାଇଁ  ଆପଣଙ୍କ ପରିବହନ ମାଧ୍ୟମକୁ ବିଚାର କରନ୍ତୁ |ବ୍ୟସ୍ତବହୁଳ ସମୟରେ ସର୍ବସାଧାରଣ ପରିବହନରେ ଯାତ୍ରା କରିବା ଠାରୁ ଦୂରେଇ ରୁହନ୍ତୁ ଏବଂ ଅବତରଣ କରିବା ସମୟରେ ହାତରେ ଆଲକୋହଲ୍ ଜେଲ୍ ବ୍ୟବହାର କରିବାକୁ ନିଶ୍ଚିତ କରନ୍ତୁ |

ଯଦି ନିଜ ଗାଡିରେ ଯାତ୍ରା କରୁଛନ୍ତି, ସାବଧାନ ରୁହନ୍ତୁ କାରଣ ସଂକ୍ରମିତ ଯାତ୍ରୀ ଏହି ଜୀବାଣୁକୁ ଗାଡି ଭିତରେ ଥିବା ଅନ୍ୟମାନଙ୍କୁ ଦେଇ ପାରିବେ|ଯାତ୍ରା କଲା ବେଳେ ଗାଡି ଭିତରେ  ବାୟୁ ପ୍ରବାହ ନିଶ୍ଚିତ କରିବାକୁ ହେଲେ ୱିଣ୍ଡୋ ତଳକୁ କରି ଯାତ୍ରା କରନ୍ତୁ, ଏବଂ ଗାଡିରେ ଥିବାବେଳେ ଫେସ୍ କଭର୍ କିମ୍ବା ଫେସ୍ ମାସ୍କର ବ୍ୟବହାର କରନ୍ତୁ |

ନିୟମିତ ବିରତି ନିଅନ୍ତୁ ଏବଂ ଧ୍ୟାନରେ ରଖନ୍ତୁ ଯେ କ୍ଳାନ୍ତ ବ୍ୟକ୍ତିମାନେ ସେମାନଙ୍କର ସ୍ୱଚ୍ଛତା ବ୍ୟବସ୍ଥାରେ ଭୁଲ୍ କରିବାର ସମ୍ଭାବନା ଅଧିକ, କାରଣ କାର୍ଯ୍ୟ ପୂର୍ବରୁ ଏବଂ ପରେ ମଧ୍ୟ  ଡ୍ରାଇଭ୍ କରିବା ପାଇଁ ଦୀର୍ଘ ଦୂରତା ଥାଇପାରେ ଯାହା ସେମାନଙ୍କୁ କ୍ଳାନ୍ତ କରିପାରେ|

ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ

କାର୍ଯ୍ୟର ପ୍ରକୃତି ଉପରେ ନିର୍ଭର କରି, ମିଡିଆ କର୍ମଚାରୀମାନେ ନିରାପଦରେ ରିପୋର୍ଟ କରିବା ପାଇଁ ବିଭିନ୍ନ ମେଡିକାଲ୍ PPE ପିନ୍ଧିବା ଆବଶ୍ୟକ କରିପାରନ୍ତି | ଏଥିରେ ଡିସପୋଜେବଲ୍ ଗ୍ଲୋଭସ୍, ଫେସ୍ ମାସ୍କ, ପ୍ରୋଟେକ୍ଟିଭ୍ ଆପ୍ରନ୍ / ଓଭରଲେସ୍ / ବଡିସୁଟ୍ ଏବଂ ଏକ ଥର ବ୍ୟବହାର କରାଯାଉଥିବା ଜୋତା କଭର ଇତ୍ୟାଦି ଅନ୍ତର୍ଭୁକ୍ତ ହୋଇପାରେ |

 ଯେ କୌଣସି PPE କୁ ନିରାପଦରେ ପିନ୍ଧିବା ଓ କାଢ଼ିବ ବେଳେ , ସର୍ବୋତ୍ତମ ସୁରକ୍ଷା ଅଭ୍ୟାସକୁ କଡାକଡି ଭାବେ ପାଳନ କରିଯିବା ଉଚିତ | CDC ରୁ ସାଧାରଣ ମାର୍ଗଦର୍ଶନ ପାଇଁ ଦୟାକରି ଏଠାରେ କ୍ଲିକ୍ କରନ୍ତୁ | ଯେହେତୁ ପାରସ୍ପରିକ ପ୍ରଦୂଷଣ ହେବାର ଆଶଙ୍କା ଅଧିକ, PPE ଉତାରିବା  (ଡଫିଂ) କରିବା ସମୟରେ ବିଶେଷ ଯତ୍ନ ନିଆଯିବା ଉଚିତ | ଯଦି କୌଣସି ସନ୍ଦେହ ଉପୁଜେ , ତେବେ  କାର୍ଯ୍ୟରେ ଯିବା ପୂର୍ବରୁ ବିଶେଷଜ୍ଞଙ୍କ  ମାର୍ଗଦର୍ଶନ ଏବଂ ତାଲିମ ନିଅନ୍ତୁ|

ଦୟାକରି ଧ୍ୟାନ ଦିଅନ୍ତୁ ଯେ କେତେକ ଦେଶରେ ଉତ୍ତମ ଗୁଣାତ୍ମକ ଚିକିତ୍ସା PPE ଅଭାବ ପରିଲିକ୍ଷିତ ହୋଇପାରେ| ତେଣୁ ଏହିପରି ଉପକରଣ ବ୍ୟବହାର କରିବା ଦ୍ୱାରା ଅଭାବ ସୃଷ୍ଟି ହୋଇପାରେ |

ନିଶ୍ଚିତ କରନ୍ତୁ ଯେ ଆପଣ ବ୍ୟବହାର  କରୁଥିବା PPE ଆପଣଙ୍କ ସଠିକ୍ ଆକାର ଅଟେ | ଖରାପ ଫିଟ୍ PPE  ପିନ୍ଧିବା  ଦ୍ୱାରା ଛିଣ୍ଡିବାର ସମ୍ଭାବନା ଅଧିକ ଥାଏ   ଏବଂ ଆପଣଙ୍କ ଗତିବିଧି ଉପରେ ମଧ୍ୟ ପ୍ରଭାବ ପକାଇଥାଏ |

ସର୍ବନିମ୍ନ ଆବଶ୍ୟକ ସୁରକ୍ଷା ନିର୍ଦ୍ଦିଷ୍ଟତା ପ୍ରତି ଧ୍ୟାନ ଦେଇ ସର୍ବଦା ପ୍ରତିଷ୍ଠିତ ମେଡିକାଲ୍ PPE ର ବ୍ରାଣ୍ଡ ବ୍ୟବହାର କରନ୍ତୁ | ତ୍ରୁଟିପୂର୍ଣ୍ଣ ବସ୍ତୁ ଏବଂ / କିମ୍ବା ନକଲି ଜିନିଷ ବିଷୟରେ ସଚେତନ ରୁହନ୍ତୁ | କେତେକ ଅଗ୍ରଣୀ ଏବଂ ସମ୍ମାନଜନକ ବ୍ରାଣ୍ଡ ଏଠାରେ ଦେଖିବାକୁ ମିଳେ |

ଚିକିତ୍ସା ସ୍ଥାନ କିମ୍ବା  ସଂକ୍ରମିତ ସାଇଟରେ କାମ କରିବା କିମ୍ବା ପରିଦର୍ଶନ କରିବାବେଳେ ପ୍ରତିରକ୍ଷା ଗ୍ଲୋଭସ୍ ବ୍ୟବହାର କରନ୍ତୁ | ଧ୍ୟାନ ଦିଅନ୍ତୁ ଯେ ନାଇଟ୍ରାଇଲ୍ ଗ୍ଲୋଭସ୍ ଲାଟେକ୍ସ ଅପେକ୍ଷା ଅଧିକ ମାତ୍ରାରେ ସୁରକ୍ଷା ପ୍ରଦାନ କରିଥାଏ | ଦୁଇଟି ଯୋଡି ଗ୍ଲୋଭସ୍  ପିନ୍ଧିବା ସୁରକ୍ଷିତ ଅଟେ|

ଯଦି ଏକ  ବିପଦପୂର୍ଣ୍ଣ ଚିକିତ୍ସା ସ୍ଥାନରୁ ରିପୋର୍ଟ କରନ୍ତି  ତେବେ , ଅତିରିକ୍ତ ମେଡିକାଲ୍ PPE ଯେପରିକି ପୂର୍ଣ୍ଣ ବଡିସୁଟ୍ ଏବଂ ଫୁଲ୍ ଫେସ୍ ମାସ୍କ  ଧାରଣା କରିବା  ଅପରିହାଯ୍ୟ  ଅଟେ|

ଯଦି ପୂର୍ଣ୍ଣ ଶରୀରର ଆବରଣ ପିନ୍ଧନ୍ତି, ନିଶ୍ଚିତ କରନ୍ତୁ ଯେ ଆପଣ PPE ଉତାରିବା ପୂର୍ବରୁ  ବିଶ୍ରାମ ଗୃହ ସୁନିଶ୍ଚିତ ହୋଇଅଛି  |

ଆସାଇନମେଣ୍ଟ ଉପରେ ନିର୍ଭର କରି, ଆପଣଙ୍କୁ ଏକ ଥର ବ୍ୟବହାର ଯୋଗ୍ୟ ପାଦୁକା ପିନ୍ଧିବାକୁ କିମ୍ବା ୱାଟରପ୍ରୁଫ୍ ଓଭର ଶୁ   ବ୍ୟବହାର କରିବାକୁ ପଡିପାରେ, ଏକ ପ୍ରଭାବିତ ସ୍ଥାନରୁ ବାହାରିବା ମାତ୍ରେ ଉଭୟକୁ ଠିକ ଭାବେ ପୋଛି / ଧୋଇବାକୁ ପଡିବ | ଯଦି ୱାଟରପ୍ରୁଫ୍ ଓଭର ଶୁ ବ୍ୟବହାର କରୁଛନ୍ତି, ତେବେ  ସ୍ଥାନ ଛାଡିବା ପୂର୍ବରୁ ଏକ ନିରାପଦ ସ୍ଥାନରେ  ନିଷ୍କାସନ କରାଯିବା ଉଚିତ୍ |

ଏକ ତାଲିମପ୍ରାପ୍ତ ବୃତ୍ତିଗତଙ୍କ ତତ୍ୱାବଧାନରେ  ଡାକ୍ତରୀ PPE   ଉଚିତ   , ଏହା ଏକ  ଏକ୍ସପୋଜରର ମୁହୂର୍ତ୍ତ ହୋଇପାରେ | ଯଦିଓ ତାଲିମ / ତଦାରଖ ପାଇଁ ଏକ ବଦଳ ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ କିନ୍ତୁ ସିଡିସିରୁ ଏହି ଧାରଣ  ଏବଂ ଉତାରିବା ଭିଡିଓ ସହାୟକ ହୋଇପାରେ|

କେବେବି ଏକକ-ବ୍ୟବହାର PPE,ଗ୍ଲୋଭସ୍, ବଡିସୁଟ୍, ଆପ୍ରୋନ୍, କିମ୍ବା ଜୋତା କଭରକୁ  ପୁନଃ  ବ୍ୟବହାର କରନ୍ତୁ ନାହିଁ | ଯେକୌଣସି ଯନ୍ତ୍ରପାତି ଯାହା ପୁନଃ ବ୍ୟବହାର ହେବ ତାହା ସଠିକ୍ ଭାବରେ ପରିମଳ ହେବା ମଧ୍ୟ ଆବଶ୍ୟକ ଅଟେ | ନିଶ୍ଚିତ କରନ୍ତୁ ଯେ ସମସ୍ତ ପ୍ରଦୂଷିତ ଡାକ୍ତରୀ PPE ଏକ ପ୍ରଭାବିତ ସ୍ଥାନ ଛାଡିବା ପୂର୍ବରୁ ଉପଯୁକ୍ତ ଢଙ୍ଗରେ ନିଷ୍କାସିତ ହୋଇଛି |

ଫେସ୍ ମାସ୍କ

ସାଧାରଣ ଜନତାଙ୍କ ମଧ୍ୟରେ, ସୀମିତ ସ୍ଥାନରେ ଏବଂ / କିମ୍ବା ଅଧିକ ବିପଦପୂର୍ଣ୍ଣ ସ୍ଥାନରେ ରିପୋର୍ଟ କରୁଥିବା ଗଣମାଧ୍ୟମ କର୍ମଚାରୀ  ଫେସ୍ ମାସ୍କର ସଠିକ୍ ବ୍ୟବହାର ଜାଣିବା ଅତ୍ୟନ୍ତ  ଗୁରୁତ୍ୱପୂର୍ଣ୍ଣ | ଆପଣ ସଚେତନ ହେବା ଉଚିତ ଯେ ସୀମିତ ସ୍ଥାନରେ ବାୟୁରେ ଭାଇରାଲ୍ ବୁନ୍ଦା ର ଏକାଗ୍ରତା ସାଧାରଣ ଅପେକ୍ଷା ଯଥେଷ୍ଟ ଅଧିକ, ତେଣୁ ସମ୍ଭବତ ଆପଣଙ୍କ ଏକ୍ସପୋଜର ସମ୍ଭାବନା ବି ଅଧିକ  |

ସାବଧାନ ରୁହନ୍ତୁ, ଯଦି ମାସ୍କଗୁଡିକ ସଠିକ୍ ଭାବରେ ବ୍ୟବହୃତ ନହୁଏ, ତେବେ ଏହା ପ୍ରକୃତରେ ସଂକ୍ରମଣର ଉତ୍ସ ହୋଇପାରେ | ଲାନସେଟ୍ ଦ୍ୱାରା   ହୋଇଥିବା ଏକ ଅଧ୍ୟୟନରେ ସଂକ୍ରାମକ ଜୀବାଣୁ ଏକ ସର୍ଜିକାଲ୍ ମାସ୍କରେ ସାତ ଦିନ ପର୍ଯ୍ୟନ୍ତ  ରୁହନ୍ତି  | ଏହି ଅଧ୍ୟୟନ ଉପରେ ଆଧାର କରି, ମାସ୍କ ବାହାର କରିବା କିମ୍ବା ପୁନଃ ବ୍ୟବହାର କରିବା, କିମ୍ବା ପିନ୍ଧିବା ସମୟରେ ଆପଣଙ୍କ ମୁହଁକୁ ଛୁଇଁବା, ସଂକ୍ରମଣର ବିପଦ ହୋଇପାରେ ବୋଲି ଜଣାପଡିଛି  |

ଯଦି ଆପଣ ମାସ୍କ ପିନ୍ଧନ୍ତି ତେବେ ଆପଣ ନିମ୍ନଲିଖିତ ପରାମର୍ଶ ଅନୁସରଣ କରିବା ଉଚିତ୍:

ଯଦି ଏକ ସୀମିତ ସ୍ଥାନରେ, ଅନ୍ୟମାନଙ୍କ ନିକଟତର କିମ୍ବା ଅଧିକ ବିପଦପୂର୍ଣ୍ଣ ସ୍ଥାନରୁ ରିପୋର୍ଟିଂ  କରନ୍ତି, ତାହେଲେ  ଏକ ମାନକ ‘ସର୍ଜିକାଲ୍’ ମାସ୍କ ବଦଳରେ ଏକ N95 ମାସ୍କ (କିମ୍ବା FFP2 / FFP3)ବ୍ୟବହାର କରିବା ପାଇଁ  ସୁପାରିଶ କରାଯାଏ |

ସୁନିଶ୍ଚିତ କରନ୍ତୁ ଯେ ନାକ ଏବଂ ଥୋଡୀ ମଧ୍ୟରେ  ଥିବା ବ୍ୟବଧାନକୁ  ମାସ୍କ ଦ୍ୱାରା ସୁରକ୍ଷିତ ଭାବରେ ଆବୃତ କରାଯାଇଛି|

ନିଶ୍ଚିତ କରନ୍ତୁ ଯେ ମୁହଁରେ ଏକ ଭଲ ଟାଇଟ୍ ସିଲ୍  କରିବା ପାଇଁ  ମୁଖ କେଶକୁ ଅପସାରଣ କରାଯାଇଛି

ଫେସ ମାସ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ଉଚିତ| ମାସ୍କର ସାମ୍ନାକୁ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ, କେବଳ ଏହାକୁ ଷ୍ଟ୍ରାପ୍ସ ଦ୍ୱାରା ଅପସାରଣ କରନ୍ତୁ, ଏବଂ ଯଦି ଆବଶ୍ୟକ ନହୁଏ ତେବେ ମାସ୍କକୁ ସଜାଡିବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ | ଯଦି  ଆପଣଙ୍କ ହାତ ମାସ୍କ ସଂସ୍ପର୍ଶରେ ଆସେ ତେବେ  ଭଲ  ଭାବେ ହାତ ଧୋଇ ଦିଅନ୍ତୁ |

ବ୍ୟବହୃତ ମାସ୍କ ବ୍ୟବହାର କରିବା ଅଧିକ ବିପଦପୂର୍ଣ୍ଣ  ଅଟେ | ସର୍ବଦା ବ୍ୟବହୃତ ମାସ୍କଗୁଡ଼ିକୁ ତୁରନ୍ତ ଏକ ସିଲ୍ ବ୍ୟାଗରେ ପକାନ୍ତୁ |

ମାସ୍କ ବାହାର କରିବା ପରେ ସର୍ବଦା ସାବୁନ ଏବଂ ଗରମ ପାଣିରେ ହାତ ଧୋଇ ଦିଅନ୍ତୁ | ଯଦି ସମ୍ଭବ ନୁହେଁ, ତେବେ ଆଲକୋହଲ  ଆଧାରିତ ହ୍ୟାଣ୍ଡ ସାନିଟାଇଜର (60% ଇଥାନଲ କିମ୍ବା 70% ଆଇସୋପ୍ରୋପାନୋଲରୁ ଅଧିକ) ବ୍ୟବହାର କରନ୍ତୁ କିନ୍ତୁ ଗରମ ପାଣି ଏବଂ ସାବୁନ ଦ୍ୱାରା  ଧୋଇବା ସହିତ ଯଥାଶୀଘ୍ର ଏହାକୁ ଅନୁସରଣ କରନ୍ତୁ |

ମାସ୍କ ଯେତେବେଳେ ଆର୍ଦ୍ର ହେଇଯାଏ  ସେହି ସମୟରେ ଏକ ନୂତନ, ପରିଷ୍କାର, ଶୁଖିଲା ମାସ୍କ ସହିତ ଯଥା  ଶୀଘ୍ର ଏହାକୁ ବଦଳାନ୍ତୁ |

ମନେରଖନ୍ତୁ ଯେ  ମାସ୍କ ବ୍ୟବହାର କରିବା ବ୍ୟକ୍ତିଗତ ସୁରକ୍ଷାର କେବଳ  ଗୋଟିଏ ଅଂଶ | ନିୟମିତ ଭାବରେ ଗରମ ପାଣି ଏବଂ ସାବୁନରେ ହାତ ଧୋଇବା ଏବଂ ଆପଣଙ୍କ ଆଖି, ପାଟି, କାନ ଏବଂ ନାକ ସମେତ ଆପଣଙ୍କ ମୁଖକୁ  ଛୁଇଁବା ଠାରୁ ଦୂରେଇ ରହିବା ମଧ୍ୟ  ଆବଶ୍ୟକ ଅଟେ |

ସାବଧାନ ରୁହନ୍ତୁ ଯେ ଫେସ୍ ମାସ୍କଗୁଡିକର  ସ୍ୱଳ୍ପ ଯୋଗାଣ କିମ୍ବା ତୀକ୍ଷ୍ଣ ମୂଲ୍ୟ ବୃଦ୍ଧି ହୋଇପାରେ ଯାହାକି  ଆପଣ ରହୁଥିବା ଅବସ୍ଥାନ ଉପରେ ନିର୍ଭର କରେ |

ଉପକରଣ ସୁରକ୍ଷା

ଦୂଷିତ ଯନ୍ତ୍ରପାତି ମାଧ୍ୟମରେ COVID-19 ବିସ୍ତାର କରିବାର ସମ୍ଭାବନା ବାସ୍ତବ ଅଟେ | ଏକ ପରିଷ୍କାର ଏବଂ ନିଷ୍କାସନ ବ୍ୟବସ୍ଥା ସବୁବେଳେ ଲାଗୁ ହେବା  ଏବଂ ପାଳନ କରିବା ଉଚିତ୍:

ଯେଉଁଠାରେ ସମ୍ଭବ ନିରାପଦ ଦୂରତାରୁ ଦିଗନ୍ତ ‘ଫିସପୋଲ’ ମାଇକ୍ରୋଫୋନ୍ ବ୍ୟବହାର କରନ୍ତୁ | କ୍ଲିପ୍ ମାଇକ୍ରୋଫୋନ୍ ଗୁଡିକ କେବଳ ନିୟନ୍ତ୍ରିତ ପରିସ୍ଥିତିରେ ଓ କଠୋର ପରିଚ୍ଛନ୍ନତା ପ୍ରୋଟୋକଲଗୁଡିକର ଅନୁକରଣ ସହିତ ବ୍ୟବହୃତ ହେବା ଉଚିତ|

ପ୍ରତ୍ୟେକ କାର୍ଯ୍ୟର ଶେଷରେ ଡିଟରଜେଣ୍ଟ ଦ୍ୱାରା ମାଇକ୍ରୋଫୋନ୍ କଭରଗୁଡିକୁ  ଉଚ୍ଚ ତାପମାତ୍ରାରେ ଡିଜେନ୍ସିଫିକ୍ କରାଯିବା ଏବଂ ଧୋଇବା ଉଚିତ୍ | କୌଣସି ସମ୍ଭାବ୍ୟ କ୍ରସ୍ ପ୍ରଦୂଷଣକୁ ରୋକିବା ପାଇଁ କଭରକୁ କିପରି ସୁରକ୍ଷିତ ଭାବରେ ଅପସାରଣ କରାଯିବ ସେ ସମ୍ବନ୍ଧରେ ମାର୍ଗଦର୍ଶନ / ପ୍ରଶିକ୍ଷଣ ନେବା ଜରୁରୀ ଅଟେ  | ଯଥାସମ୍ଭବ  ‘ପବନ ମଫ୍’ ପ୍ରକାରର କଭରକୁ  ଏଡାଇବାକୁ  ଚେଷ୍ଟା କରନ୍ତୁ କାରଣ ଏହା ସଫା କରିବା କଷ୍ଟକର |

ଯେତେସମ୍ଭବ ଅତିଥିମାନଙ୍କ ପାଇଁ ସ୍ୱଳ୍ପ ମୂଲ୍ୟର ଇଅରପିକ୍ସ ବ୍ୟବହାର କରନ୍ତୁ ଏବଂ ଏହାକୁ ବ୍ୟବହାର କରିବା ପରେ ନିଷ୍କାସନ କରନ୍ତୁ| ବ୍ୟବହାର ପୂର୍ବରୁ ଏବଂ ପରେ ସମସ୍ତ  ଇଅରପିକ୍ସକୁ ଭଲଭାବେ  ପୋଛି ଦିଅନ୍ତୁ ଏବଂ ଡିସଇନଫେକ୍ଟ  କରନ୍ତୁ |

 ଅବସ୍ଥାନର ସୁରକ୍ଷିତ ଦୂରତା ବଜାୟ ରଖିବାକୁ ହେଲେ  ଲମ୍ବା ଦୃଶ୍ୟ ଲେନ୍ସ ବ୍ୟବହାର କରନ୍ତୁ |

ଯେତେସମ୍ଭବ, କେବୁଲ ଅପେକ୍ଷା ମୋବାଇଲ୍ ଉପକରଣ ବ୍ୟବହାର କରନ୍ତୁ |

ଆସାଇନମେଣ୍ଟରେ ଆପଣ କିପରି ଆପଣଙ୍କର ଯନ୍ତ୍ରପାତିକୁ   ସୁରକ୍ଷିତ ରୂପେ ଗଚ୍ଛିତ କରିବେ ତାହା ଆପଣ ବିଚାର କରିବା ନିହାତି ଜରୁରୀ | କୌଣସି ଜିନିଷକୁ ଏପଟେ ସେପଟେ ଛାଡ଼ନ୍ତୁ ନାହିଁ  ଏବଂ ପ୍ରତ୍ୟେକ ଜିନିଷକୁ ନିଜ କେସ  ଭିତରେ ରଖି ବନ୍ଦ କରନ୍ତୁ  (ଯଥା କଠିନ ପାର୍ଶ୍ୱ ଫ୍ଲାଇଟ୍ କେସ୍, ଯାହାକୁ  ପୋଛିବା ଏବଂ ସଫା ରଖିବା ସହଜ ଅଟେ )

ଯଦି ସମ୍ଭବ ଏବଂ ବ୍ୟବହାରିକ,  ଯନ୍ତ୍ରପାତି ଉପରେ ବ୍ୟବହାର କରିବା ସମୟରେ ପ୍ଲାଷ୍ଟିକ୍ ରାପିଙ୍ଗ୍ କରାନ୍ତୁ ଯାହାକି ଆପଣକଂ  ଯନ୍ତ୍ରପାତିକୁ  ସୁରକ୍ଷା ପ୍ରଦାନ କରିବ ଏବଂ  ଆପଣକଂ ଯନ୍ତ୍ରପାତି କମ  ଦୂଷିତ ହୋଇପାରେ ଯାହାଦ୍ୱାରା  ସଫା କରିବା ଏବଂ ଡ଼ିସଇନଫେକ୍ଟ   କରିବା ସହଜ ହେବ |

ଆପଣ ସର୍ବଦା ସଂପୂର୍ଣ୍ଣ ଚାର୍ଜ ହୋଇଥିବା ଅତିରିକ୍ତ ବ୍ୟାଟେରୀ ବହନ କରନ୍ତୁ  ଏବଂ ସାଇଟରେ କିଛି ଚାର୍ଜ କରିବା ଠାରୁ ଦୂରେଇ ରୁହନ୍ତୁ , କାରଣ ଏହା ଏକ ଅତିରିକ୍ତ ଆଇଟମ୍ ଯାହାକି  ଦୂଷିତ ହେବାର ସମ୍ଭାବନା ଥାଏ  |

ସର୍ବଦା ସମସ୍ତ ଉପକରଣକୁ  ଦ୍ରୁତ-ଆକ୍ଟିଙ୍ଗ ଆଣ୍ଟିମାଇକ୍ରୋବାୟଲ୍ ୱାଇପ୍  ବ୍ୟବହାର  କରି ସେଲ୍ ଫୋନ୍, ଟାବଲେଟ୍, ଲିଡ୍, ପ୍ଲଗ୍, ଇୟରଫୋନ୍, ଲାପଟପ୍, ହାର୍ଡ ଡ୍ରାଇଭ, କ୍ୟାମେରା, ପ୍ରେସ୍ ପାସ୍, ଏବଂ ଲାନାର୍ଡ ଇତ୍ୟାଦିକୁ  ଡ଼ିସଇନଫେକ୍ଟ କରାନ୍ତୁ |

ସୁନିଶ୍ଚିତ କରନ୍ତୁ  ଯେ ସମସ୍ତ ଯନ୍ତ୍ରପାତି ପୁନର୍ବାର ଫେରାଇ ଆଣିବାବେଳେ ଠିକ ରୂପରେ ଡ଼ିକଣ୍ଟାମିନଟ ହେଇଅଛି|  ଯନ୍ତ୍ରପାତି ଦାୟୀତ୍ୱରେ ଥିବା  ବ୍ୟକ୍ତିମାନେ ଆଗରୁ ଯନ୍ତ୍ରପାତିଗୁଡ଼ିକୁ କିପରି ସୁରକ୍ଷିତ ଭାବରେ ସଫା କରାଯିବ ସେବିଷୟରେ  ସଚେତନ ଏବଂ ତାଲିମ ପ୍ରାପ୍ତ ହୋଇ ଥିବା ନିଶ୍ଚିତ କରନ୍ତୁ|

ଯଦି ଆସାଇନମେଣ୍ଟ ପାଇଁ କୌଣସି ଯାନ ବ୍ୟବହାର କରୁଛନ୍ତି, ନିଶ୍ଚିତ କରନ୍ତୁ ଯେ ସଠିକ୍ ତାଲିମ ପ୍ରାପ୍ତ ଦଳ ଦ୍ୱାରା ଆସାଇନମେଣ୍ଟ ପରେ ଭିତର ପାର୍ଶ୍ୱକୁ  ସମ୍ପୂର୍ଣ୍ଣ ପରିଷ୍କାର କରାଯାଇଛି |  ସଫା କରିବା ବେଳେ କବାଟ ହ୍ୟାଣ୍ଡେଲ, ଷ୍ଟିଅରିଂ ଚକ, ୱିଙ୍ଗ ଦର୍ପଣ, ମୁଣ୍ଡ ବିଶ୍ରାମ, ସିଟ୍ ବେଲ୍ଟ, ଡ୍ୟାସବୋର୍ଡ, ଏବଂ ୱିଣ୍ଡୋ ୱିଣ୍ଡର / କ୍ୟାଚସ  / ବଟନ୍ ଉପରେ  ମଧ୍ୟ ବିଶେଷ ଧ୍ୟାନ ଦିଆଯିବା ଉଚିତ୍ |

ବିଦ୍ୟୁତ  ଉପକରଣ ସଫା ରଖିବା ଉପାୟ  |

ବିଦ୍ୟୁତ  ଉପକରଣ ଗୁଡିକୁ କିପରି  ସଫା କରିବା ନିମ୍ନଲିଖିତ ଅନୁଛେଦ ମାଧ୍ୟମରେ ଆପଣ ଜାଣିପାରିବେ ଏବଂ   ସଫା  କରିବା ପୂର୍ବରୁ ଆପଣ ସର୍ବଦା ନିର୍ମାତା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହିତ ପଢନ୍ତୁ|

ସମସ୍ତ ଶକ୍ତି ଉତ୍ସ, ଉପକରଣ, ଏବଂ କେବୁଲଗୁଡ଼ିକୁ ସର୍ବଦା ଅନପ୍ଲୋଗ / ଅପସାରଣ କରନ୍ତୁ |

ଯେ କୌଣସି ତରଳ ପଦାର୍ଥ ଆପଣଙ୍କର ଯନ୍ତ୍ରପାତିଠାରୁ ଦୂରରେ ରଖନ୍ତୁ, ଏବଂ ଏରୋସୋଲ୍ ସ୍ପ୍ରେ, ବ୍ଲିଚିଂ ଏବଂ ଆବ୍ରାଶିଭ୍ ବ୍ୟବହାର କରନ୍ତୁ ନାହିଁ କାରଣ ଏଗୁଡିକ  ଆପଣଙ୍କ ଉପକରଣକୁ ନଷ୍ଟ କରିଦେବ|

କୌଣସି ପଦାର୍ଥ ସିଧାସଳଖ ଆପଣଙ୍କ ଡିଭାଇସ ଭିତରେ ସ୍ପ୍ରେ କରନ୍ତୁ ନାହିଁ |

କେବଳ ନନଇବ୍ରାସିଭ୍, ନରମ,  ଲିଂଟମୁକ୍ତ କପଡା ବ୍ୟବହାର କରନ୍ତୁ |

କପଡାକୁ ଆର୍ଦ୍ର କରନ୍ତୁ କିନ୍ତୁ  ଜମା ଓଦା   କରନ୍ତୁ ନାହିଁ  | କପଡ଼ାରେ କିଛି ସାବୁନ ମିଶାଇ ନିଜ ହାତରେ କପଡ଼ା ଘଷନ୍ତୁ |

ଉପକରଣକୁ  ଭଲ ଭାବେ ଅନେକ ଥର ପୋଛି ଦିଅନ୍ତୁ |

ଆର୍ଦ୍ରତାକୁ କୌଣସି ପ୍ରକାରେ ସକେଟ୍, ଇୟରଫୋନ୍ ସକେଟ୍, କୀବୋର୍ଡ୍ ଭିତରକୁ ଯିବାକୁ ଦିଅନ୍ତୁ ନାହିଁ |

ଆପଣଙ୍କର ଉପକରଣକୁ ଏକ ପରିଷ୍କାର, ଶୁଖିଲା ଏବଂ ନରମ କପଡା ଦ୍ୱାରା ସଫା ରଖନ୍ତୁ |

କେତେକ ନିର୍ମାତା କଠିନ ଏବଂ ଅଣପୋରସ୍ ପୃଷ୍ଠ ପାଇଁ 70% ଆଇସୋପ୍ରୋପିଲ୍ ଆଲକୋହଲ୍ ୱାଇପ୍ ସୁପାରିଶ କରନ୍ତି |

ଯଦି ଆପଣଙ୍କର ଯନ୍ତ୍ରପାତିକୁ  ଡ଼ିସଇନଫେକ୍ଟ କରନ୍ତି  ତେବେ ସର୍ବଦା ପ୍ରଥମେ ନିର୍ମାତା ସହିତ ଯାଞ୍ଚ କରନ୍ତୁ, କାରଣ ଡ଼ିସଇନଫେକ୍ଟ ଆପଣଙ୍କ ଡିଭାଇସକୁ ନଷ୍ଟ ମଧ୍ୟ କରିପାରେ |

ଏହି  ପ୍ରବନ୍ଧ ମାଧ୍ୟମରେ  ଆପଣଙ୍କୁ  ଅଧିକ ବିସ୍ତୃତ ମାର୍ଗଦର୍ଶନ ମିଳିପାରିବ   |

ଡିଜିଟାଲ ନିରାପତ୍ତା

COVID-19 ବିଷୟରେ ରିପୋର୍ଟ କରିବା ସମୟରେ  ସାମ୍ବାଦିକମାନେ ଅନଲାଇନ୍ ଶତ୍ରୁତାର ସମୁଖୀନ ହୋଇପାରନ୍ତି ସେଇଥିପାଇଁ ସାମ୍ବାଦିକମାନେ ସତର୍କତା ଅବଲମ୍ବନ କରିବା ଉଚିତ | ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ CPJ ର ସର୍ବୋତ୍ତମ ଅଭ୍ୟାସ ସମୀକ୍ଷା କରନ୍ତୁ |

COVID-19 ର ପ୍ରସାର ଉପରେ ନଜର ରଖିବା ପାଇଁ ସରକାର ଏବଂ ବୈଷୟିକ କମ୍ପାନୀଗୁଡିକ ନୀରିକ୍ଷଣ ପ୍ରକ୍ରିୟାକୁ  ଅଧିକରୁ ଅଧିକ ବ୍ୟବହାର କରୁଛନ୍ତି | ଏଥିରେ ଏନଏସଓ ଗୃପ (NSO Group) ଅନ୍ତର୍ଭୁକ୍ତ, ଯାହା ପେଗାସସ୍ (Pegasus) ସୃଷ୍ଟି କରିଥିଲା, ଏକ ଗୁପ୍ତଚର ଯାହାକି ନାଗରିକ ଲ୍ୟାବ ଅନୁଯାୟୀ ସାମ୍ବାଦିକମାନଙ୍କୁ ଟାର୍ଗେଟ(target journalists) କରିବା ପାଇଁ ବ୍ୟବହୃତ ହୋଇଥିଲା | ଏହି ସ୍ଵାସ୍ଥ  ସଙ୍କଟ ସମାପ୍ତ ହେବା ପରେ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ଏହି ନୀରିକ୍ଷଣ  ପ୍ରକ୍ରିୟା ଗୁଡିକ କିପରି ବ୍ୟବହାର କରାଯିବ ସେନେଇ ନାଗରିକ ସ୍ୱାଧୀନତା ଗୋଷ୍ଠୀ ଚିନ୍ତିତ ହେଉଛନ୍ତି। ଟ୍ରାନ୍ସପରେନସି  ଇଣ୍ଟରନ୍ୟାସନାଲ ତାଙ୍କର  ୱେବସାଇଟରେ (website) ଏହି ବିଶ୍ୱସ୍ତରୀୟ ପ୍ରକ୍ରିୟା ଉପରେ ନଜର  ରଖୁଛି  |

ରିପୋର୍ଟ ଅନୁଯାୟୀ, ଟିକା ରୋଲଟାଉଟ୍ ସହିତ ଜଡିତ ସ୍କାମ୍ ଥିବା ବ୍ୟକ୍ତି ଏବଂ ସଂଗଠନକୁ ଟାର୍ଗେଟ କରିବା ପାଇଁ ଅପରାଧୀମାନେ ନିରନ୍ତର ସ୍ୱାସ୍ଥ୍ୟ ସଙ୍କଟକୁ  ବ୍ୟବହାର କରୁଛନ୍ତି। ଇଲେକ୍ଟ୍ରୋନିକ୍ ଫ୍ରଣ୍ଟିଅର୍ ଫାଉଣ୍ଡେସନ ଅନୁଯାୟୀ, ଆପଣ ଲିଙ୍କରେ କ୍ଲିକ୍ କରିବା କିମ୍ବା COVID-19 କିମ୍ବା ଟିକା ବିଷୟରେ ସୂଚନା ଧାରଣ କରିଥିବା ଡକ୍ୟୁମେଣ୍ଟ ଡାଉନଲୋଡ୍ କରିବା ପୂର୍ବରୁ ବିଚାର  କରନ୍ତୁ ଏବଂ ଭାବନ୍ତୁ, ଅତ୍ୟାଧୁନିକ ଫିସିଂ ଆକ୍ରମଣ ଯାହା ଆପଣଙ୍କ ଡିଭାଇସରେ ମାଲୱେର୍ ସଂସ୍ଥାପିତ କରିପାରେ | ସୋସିଆଲ ମିଡିଆରେ କିମ୍ବା ମେସେଜିଂ ଆପରେ ଯେକୌଣସି COVID-19 ସମ୍ବନ୍ଧୀୟ ଲିଙ୍କ ଉପରେ କ୍ଲିକ୍ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ, ଯାହା ମଧ୍ୟରୁ କେତେକ ଆପଣଙ୍କୁ ସେହି ସାଇଟକୁ ନିର୍ଦ୍ଦେଶ ଦେଇପାରେ ଯାହା ଡିଭାଇସ୍ କୁ ମାଲୱେର୍ ସହିତ ସଂକ୍ରମିତ କରେ |

ଦି ଗାର୍ଡିଆନ୍ (The Guardian) ରିପୋର୍ଟ ଅନୁଯାୟୀ ରାଜ୍ୟ ପ୍ରାୟୋଜିତ ଭୁଲ ସୂଚନା ପ୍ରତି ସଚେତନ (warned) ରୁହନ୍ତୁ, ( BBC has highlighted) BBC ଏବଂ WHO ଦ୍ୱାରା ଦିଆଯାଇଥିବା ସାଧାରଣ ଭୁଲ ସୂଚନା ବିଷୟରେ ମଧ୍ୟ ସଜାଗ ରୁହନ୍ତୁ  | WHO ୱେବସାଇଟରେ ଏକ ମିଥ ବୁଷ୍ଟର୍ ଗାଇଡ୍ (myth buster guide)ଉପଲବ୍ଧ ଅଟେ  |

ଅନଲାଇନ୍ କନଫରେନ୍ସିଂ ଏବଂ ଗୋପନୀୟତା ପ୍ରସଙ୍ଗରେ ପଢନ୍ତୁ ଯାହା ଦ୍ୱାରା  ଆପଣ ଏହି ସେବାଗୁଡିକ ଆପଣଙ୍କର ତଥ୍ୟ ସହିତ କ’ଣ କରୁଛନ୍ତି, ସେମାନେ କ’ଣ ପାଇପାରିବେ ଏବଂ ସେମାନେ କେତେ ସୁରକ୍ଷିତ ତାହା ବିଷୟରେ ଆପଣ ଅବଗତ ହୋଇପାରିବେ  | ସାବଧାନ ରୁହନ୍ତୁ ଯେ ଘରୁ କାର୍ଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ସହିତ ସେବାଗୁଡିକ ହ୍ୟାକରସ  ମାନଙ୍କ  ଦ୍ୱାରା ଟାର୍ଗେଟ କରାଯାଇଛି |

ସତ୍ତାବାଦୀ ଶାସନ  କରୁଥିବା ଦେଶଗୁଡିକ ଉପରେ କିମ୍ବା ସେହି ଠାରୁ  ରିପୋର୍ଟିଂ କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ , କାରଣ ସେମାନେ  COVID-19 ବିଷୟରେ  ତୀକ୍ଷ୍ଣ ନଜର ରଖି ପାରନ୍ତି | CPJ ଦ୍ୱାରା ଦର୍ଶାଯାଇଛି (highlighted by CPJ)  ଯେ କେତକ ଦେଶ ଏହି ରୋଗ ର ପ୍ରକୋପ ସମ୍ବନ୍ଧୀୟ  ତଥ୍ୟକୁ ଲୁଚାଇବାକୁ (conceal) କିମ୍ବା ଗଣମାଧ୍ୟମ ଉପରେ ନିୟନ୍ତ୍ରଣ (censor ) ରଖିବାକୁ ଚେଷ୍ଟା କରିପାରନ୍ତି |

ଆସାଇନମେଣ୍ଟ ସ୍ଥଳରେ  ଅପରାଧ ଏବଂ ଶାରୀରିକ ସୁରକ୍ଷା |

ଯଦି ଆପଣ ଏକ ଆନ୍ତର୍ଜାତୀୟ କାର୍ଯ୍ୟ ପାଇଁ ଯାତ୍ରା କରନ୍ତି  (ନିମ୍ନରେ ଦେଖନ୍ତୁ),  ତେବେ ଆପଣ ଗନ୍ତବ୍ୟସ୍ଥଳର ସର୍ବଶେଷ ସୁରକ୍ଷା ପରିସ୍ଥିତି ଉପରେ ଅନୁସନ୍ଧାନ କରିବା ନିହାତି  ଜରୁରୀ | ମହାମାରୀ ଆରମ୍ଭରୁ ସାରା ବିଶ୍ୱରେ ବାରମ୍ବାର ହିଂସାତ୍ମକ ଘଟଣା ଓ ପ୍ରତିବାଦ ଚାଲିଛି ବୋଲି ଉଲ୍ଲେଖ କରିଛନ୍ତି। କିଛି ସାମ୍ବାଦିକ ରିପୋର୍ଟ କରିଛନ୍ତି ଯେ ତାଙ୍କୁ ଗାଳିଗୁଲଜ କରାଯାଇଛି ଏବଂ ଅପରାଧିକ ଭାବେ ଟାର୍ଗେଟ କରାଯାଇଛି, ତେଣୁ  ନିଜର ସୁରକ୍ଷାକୁ ଗୁରୁତ୍ୱ ଦିଅନ୍ତୁ|

ଯଦି ଗ୍ରାମାଞ୍ଚଳରୁ ରିପୋର୍ଟ କରନ୍ତି ତେବେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ| ଲୋକମାନେ ଆପଣ  COVID-19 ଆଣିପାରନ୍ତି ଭାବି   ଭୟ , ସନ୍ଦେହ  କିମ୍ବା ‘ବାହାର ଲୋକ’ ବୋଲି କ୍ରୋଧିତ ହୋଇପାରନ୍ତି |

 COVID-19 ଲକଡାଉନ୍ ସମୟରେ  ପୋଲିସ ଏକ ସମ୍ଭାବ୍ୟ ପଦକ୍ଷେପ  ନେଇପାରେ ଯେମିତିକି ଶାରୀରିକ ନିର୍ଯାତନା ଏବଂ  ଲୁହବୁହା ଗ୍ୟାସ୍ ବ୍ୟବହାର କରିପାରନ୍ତି ଆପଣ ସେ  ବିଷୟରେ ମଧ୍ୟ  ସଚେତନ ରୁହନ୍ତୁ |

କ୍ଷମତାସୀନ ଶାସନ ଥିବା ଦେଶଗୁଡିକରେ  ସାମ୍ବାଦିକମାନେ COVID-19 ବିସ୍ଫୋରଣ ବିଷୟରେ ରିପୋର୍ଟ କରିବା ସମୟରେ ବନ୍ଦୋବସ୍ତ, ଗିରଫ, ଏବଂ / କିମ୍ବା ନିର୍ବାସିତ ହେବାର ଆଶଙ୍କା ବିଷୟରେ ସଚେତନ ହେବା ଉଚିତ୍, ଯାହାକି  CPJ ଦ୍ୱାରା ଦର୍ଶାଯାଇଅଛି |

ଆନ୍ତର୍ଜାତୀୟ ଭ୍ରମଣ ଆସାଇନମେଣ୍ଟ |

ବିଶ୍ୱ ଭ୍ରମଣ ପ୍ରତିବନ୍ଧକ ହେତୁ ଆନ୍ତର୍ଜାତୀୟ ଯାତ୍ରା ବର୍ତ୍ତମାନ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଅଟେ | ତେଣୁ ଯଦି ଆପଣଙ୍କୁ କୌଣସି ଓଭରସିଜ଼ ଆସାଇନମେଣ୍ଟ ମିଳେ ତେବେ ଆପଣ ନିମ୍ନଲିଖିତ ନିର୍ଦେଶକୁ ବିଚାର କରିବା ଉଚିତ୍:

ଆପଣଙ୍କର ଉଦ୍ଦିଷ୍ଟ ଗନ୍ତବ୍ୟସ୍ଥଳ ପାଇଁ ଲାଗୁ ହେଇଥିବା  କିମ୍ବା ଆଗାମୀ ଭ୍ରମଣ ନିଷେଧଗୁଡିକ ଯାଞ୍ଚ କରନ୍ତୁ | ଯାହାକି  ସ୍ୱଳ୍ପ ନୋଟିସରେ ପରିବର୍ତ୍ତନ ହୋଇପାରେ |

ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ୍ ପଦକ୍ଷେପ ଏବଂ କର୍ଫ୍ୟୁ ଭିନ୍ନ ହୋଇପାରେ  ଏଥିପ୍ରତି ସଚେତନ ରୁହନ୍ତୁ | ଧ୍ୟାନ ଦିଅନ୍ତୁ ଯେ ଅଳ୍ପ କିମ୍ବା ବିନା  ନୋଟିସ୍ ସହିତ ସ୍ଥାନୀୟ ଲକଡାଉନ୍ ପଦକ୍ଷେପ ଲାଗୁ କରାଯାଇପାରେ, ତେଣୁ ଦେଶ ମଧ୍ୟରେ  ଗତିବିଧି ପ୍ରତିବନ୍ଧକ ଖବର ପାଇଁ ସର୍ବଦା ସ୍ଥାନୀୟ ଉତ୍ସଗୁଡିକ ଉପରେ ନଜର ରଖନ୍ତୁ |

ଆପଣ ଫେରୁଥିବା  ସ୍ଥାନ ଉପରେ ନିର୍ଭର କରି, କ୍ୱାରାଣ୍ଟିନ୍ ଉପରେ ରିଟର୍ନ ପଦକ୍ଷେପ ଅଳ୍ପ କିମ୍ବା ବିନା ନୋଟିସରେ  ଲାଗୁ  / ସଂଶୋଧିତ ହୋଇପାରେ, ଯେପରି ସ୍ପେନରୁ ବ୍ରିଟେନକୁ ଫେରୁଥିବା ଲୋକମାନଙ୍କ ସହିତ ନିକଟରେ ଦେଖାଯାଇଛି |

ଆପଣ କାର୍ଯ୍ୟ କରୁଥିବା ଅଞ୍ଚଳରେ ସମସ୍ତ ଚିକିତ୍ସା ସୁବିଧା ଚିହ୍ନଟ କରନ୍ତୁ  |ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଅଳ୍ପ କିମ୍ବା ବିନା  ନୋଟିସ ଦେଇ ଧର୍ମଘଟ କିମ୍ବା ବିରୋଧ କରିପାରିବେ

ଡାକ୍ତରୀ PPE ମିଳିବା  ସୀମିତ, ଅପ୍ରାପ୍ୟ କିମ୍ବା ଗୁଣାତ୍ମକ  ମାନ ସନ୍ଦିଗ୍ଧ ପୁର୍ଣ ହୋଇପାରେ | ଯେକୌଣସି  ଆସାଇନମେଣ୍ଟ ପୂର୍ବରୁ ସର୍ବଦା ଉପଲବ୍ଧତା ଅନୁସନ୍ଧାନ କରନ୍ତୁ, ଏବଂ ଆବଶ୍ୟକ ହେଲେ ଆପଣଙ୍କ ସହିତ ଯୋଗାଣ ନିଅନ୍ତୁ |

ଆସାଇନମେଣ୍ଟକୁ ଯିବା ପୂର୍ବରୁ  ଯଦି ସମ୍ଭବ ତେବେ COVID ଟୀକାକରଣ କରନ୍ତୁ , ଏବଂ ନିଶ୍ଚିତ କରନ୍ତୁ ଯେ ସମସ୍ତ ପ୍ରାସଙ୍ଗିକ ଟୀକାକରଣ ଏବଂ ରୋଗ ପ୍ରୋଫାଇଲକ୍ସିସ୍ ଆପଣଙ୍କର  ଗନ୍ତବ୍ୟ ସ୍ଥଳ ପାଇଁ  ସଠିକ ସମୟରେ ଅପ୍ ଟୁ ଡେଟ୍ କରାଯାଇଛି  |

ଆପଣ ଆପଣଙ୍କର ଭ୍ରମଣ ବୀମା ପଲିସି ଯାଞ୍ଚ କରନ୍ତୁ, ଏବଂ ଧ୍ୟାନ ଦିଅନ୍ତୁ ଯେ COVID-19 ସମ୍ବନ୍ଧୀୟ ଯାତ୍ରା ପାଇଁ ବୀମା କଭର ପାଇବା ସମ୍ଭବ ନ ହୋଇପାରେ | ସଚେତନ ରୁହନ୍ତୁ ଯେ ସରକାର ବିଭିନ୍ନ ସ୍ତରର ଅନେକ ଭ୍ରମଣ ପରାମର୍ଶ ଏବଂ ଆନ୍ତର୍ଜାତୀୟ ଭ୍ରମଣ ସମ୍ଭଦୀୟ  ସୂଚନା ଜାରି କରିଛନ୍ତି |.

ଆପଣ ଯୋଗଦେବାକୁ ଯୋଜନା କରୁଥିବା ଯେକୌଣସି ଘଟଣାର ସ୍ଥିତିକୁ ନିୟମିତ ଯାଞ୍ଚ କରନ୍ତୁ, ଧ୍ୟାନରେ ରଖନ୍ତୁ ଯେ ଅନେକ ଦେଶ ସର୍ବସାଧାରଣ ସମାବେଶକୁ ସମ୍ପୂର୍ଣ୍ଣ ଭାବରେ କିମ୍ବା ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କ ସମାବେଶକୁ ନିଷିଦ୍ଧ କରିଥାଇପାରନ୍ତି |

ସମଗ୍ର ବିଶ୍ୱରେ ଅନେକ ଭୂମି ସୀମାବନ୍ଦ ରହିଛି | ଖୋଲାଥିବା ସୀମା  ବିନା ଚେତାବନୀ ସହିତ ପୁନର୍ବାର ବନ୍ଦ ହୋଇପାରେ, ଯାହାକି ଆପଣଙ୍କର କଣ୍ଟିଜେନ୍ସି ଯୋଜନାରେ ଜଡିତ ହେବା ଉଚିତ |

ଯଦି ଆପଣ ଅସୁସ୍ଥ ଅଛନ୍ତି ତେବେ ଯାତ୍ରା କରନ୍ତୁ ନାହିଁ | ଅଧିକାଂଶ ଆନ୍ତର୍ଜାତୀୟ ତଥା ଆଞ୍ଚଳିକ ବିମାନବନ୍ଦର, ଏବଂ ଅନ୍ୟାନ୍ୟ ପରିବହନ ହବ୍ ଗୁଡିକ ସ୍ଵାସ୍ଥ୍ୟ ସ୍କ୍ରିନିଂପାଇଁ କଡା ପଦକ୍ଷେପ ଗ୍ରହଣ କରୁଛନ୍ତି।

ଧ୍ୟାନ ଦିଅନ୍ତୁ ଯେ ସମ୍ବାଦ ରିପୋର୍ଟ ଅନୁଯାୟୀ, COVID-19 ଅନେକ ବିମାନ ସେବା ପାଇଁ ଆର୍ଥିକ ଅସୁବିଧା ସୃଷ୍ଟି କରୁଛି, ତେଣୁ ସମ୍ପୂର୍ଣ୍ଣ ଫେରସ୍ତଯୋଗ୍ୟ ବିମାନ ଟିକେଟ କିଣିବାକୁ ଚିନ୍ତା କରନ୍ତୁ |

ଆପଣଙ୍କ ଗନ୍ତବ୍ୟ ସ୍ଥଳ ପାଇଁ ସର୍ବଶେଷ ଭିସା ପରିସ୍ଥିତି ଯାଞ୍ଚ କରନ୍ତୁ, ଧ୍ୟାନ ଦିଅନ୍ତୁ ଯେ ଅନେକ ଦେଶ ଭିସା ପ୍ରଦାନ ବନ୍ଦ କରି ଦେଇଛନ୍ତି।

 ଆପଣ COVID-19 ସଂକ୍ରମଣ ମୁକ୍ତ ବୋଲି ପ୍ରମାଣ କରିବାକୁ ଆପଣଙ୍କର ଗନ୍ତବ୍ୟ ଦେଶ  ଏକ ଡାକ୍ତରୀ ପ୍ରମାଣପତ୍ର ଆବଶ୍ୟକ କରେ କି ନାହିଁ ଯାଞ୍ଚ କରନ୍ତ |

ନମନୀୟ ମାର୍ଗଗୁଡିକ ବଜାୟ ରଖନ୍ତୁ ଏବଂ ସ୍ୱାସ୍ଥ୍ୟ ସ୍କ୍ରିନିଂ ପଦକ୍ଷେପ ଏବଂ ତାପମାତ୍ରା ଯାଞ୍ଚ ପଏଣ୍ଟକୁ ଧ୍ୟାନରେ ରଖି ସମଗ୍ର ବିଶ୍ୱର ବିମାନବନ୍ଦରରେ ଅତିରିକ୍ତ ସମୟ ଦିଅନ୍ତୁ | କେତେକ ରେଳ ଷ୍ଟେସନ, ବନ୍ଦର / ଡକ୍ ଏବଂ ଦୀର୍ଘ ଦୂରଗାମୀ ବସ୍ ଷ୍ଟେସନରେ ମଧ୍ୟ ଏହା ପ୍ରଯୁଜ୍ୟ |

ପୋଷ୍ଟ ଆସାଇନମେଣ୍ଟ

କୌଣସି ଲକ୍ଷଣ ପରିଲିକ୍ଷିତ ହେଲେ ନିରନ୍ତର ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସର୍ବଦା   ନଜର ରଖନ୍ତୁ |

ଏକ  ବିପଦପୂର୍ଣ୍ଣ ଗନ୍ତବ୍ୟସ୍ଥଳରୁ ଫେରିବା ପରେ ଆପଣ ନିଜକୁ ନିଶ୍ଚିତ ଭାବରେ ପୃଥକ କରିବା ଉଚିତ  | ସଠିକତା  ପାଇଁ ଦୟାକରି ସମ୍ପୃକ୍ତ ସରକାରୀ ପରାମର୍ଶ ନିୟନ୍ତୁ  |

COVID-19 ର ସର୍ବଶେଷ ଏବଂ ଅଦ୍ୟତନ  ସୂଚନା  ଏବଂ ଆପଣଙ୍କର ଉତ୍ପତ୍ତି ଏବଂ  ଗନ୍ତବ୍ୟ ସ୍ଥଳରେ କାର୍ଯ୍ୟକାରୀ ହେଉଥିବା କ୍ୱାରାଟିଂନ ଓ   ବିଚ୍ଛିନ୍ନତା ପ୍ରକ୍ରିୟା ଉପରେ ସର୍ବଦା ନଜର ରଖନ୍ତୁ

ଆପଣ ଯେଉଁ ଦେଶରେ ରହୁଛନ୍ତି   ସେହି ଦେଶର ସଂକ୍ରମଣର ହାର ଉପରେ ନିର୍ଭର କରି, ଆପଣ ଫେରିବା ପରେ 14 ଦିନ ପାଇଁ ଆପଣ ନିକଟତର ଥିବା ବ୍ୟକ୍ତିଙ୍କ ନାମ / ସଂଖ୍ୟା ଟିପି  ରଖିବାକୁ ଚିନ୍ତା କରିବା ଉଚିତ୍ | ଯଦି ଆପଣଙ୍କ ଠାରେ କୌଣସି  ଲକ୍ଷଣ ଦେଖାଦିଏ ତେବେ  ଏହା ଆପଣଙ୍କୁ  ଅନୁସନ୍ଧାନରେ ସାହାଯ୍ୟ କରିବ |

ଯଦି ଆପଣଙ୍କ ପାଖରେ  ଲକ୍ଷଣ ବିକଶିତ ହୁଏ  :

  • ଯଦି ଆପଣଙ୍କ ଠାରେ  COVID-19 ର ସାମାନ୍ୟ ଲକ୍ଷଣ ବିକଶିତ ହୁଏ କିମ୍ବା ଲକ୍ଷଣ ଅଛି, ତେବେ , ଆପଣ ପରିଚାଳନା ଦଳକୁ ଜଣାନ୍ତୁ ଏବଂ ବିମାନବନ୍ଦର କିମ୍ବା ଅନ୍ୟାନ୍ୟ ପରିବହନ ହବରୁ ଆପଣଙ୍କ ଘରକୁ ଉପଯୁକ୍ତ ପରିବହନ ସେବାର  ବ୍ୟବସ୍ଥା କରାନ୍ତୁ| ଟ୍ୟାକ୍ସିରେ ବିନା ସୁରକ୍ଷା ଯାଞ୍ଚ କରି ଯାଆନ୍ତୁ ନାହିଁ |
  • ନିଜକୁ ଏବଂ ଆପଣଙ୍କ ସମ୍ପ୍ରଦାୟର ସୁରକ୍ଷା ପାଇଁ WHO, CDC, କିମ୍ବା ସ୍ଥାନୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପରାମର୍ଶକୁ ସର୍ବଦା  ଅନୁସରଣ କରନ୍ତୁ |
  • ଲକ୍ଷଣ ଆରମ୍ଭ ହେବା ଦିନଠାରୁ ଅତି କମରେ 7 ଦିନ ଆପଣ  ଘର ଭିତରେ ରହନ୍ତୁ (ଆପଣଙ୍କ ସରକାରଙ୍କ ପରାମର୍ଶ ଅନୁଯାୟୀ ପ୍ରକୃତ ସମୟ ଭିନ୍ନ ହୋଇପାରେ ) ଆପଣ ସଂକ୍ରମିତ ଥିବାବେଳେ,ଏହା କରିବା ଦ୍ୱାରା ସମ୍ପ୍ରଦାୟର ଅନ୍ୟମାନଙ୍କୁ  ଏହା ସଂକ୍ରମିତ ହେବ ନାହିଁ
  • ଆଗରୁ  ଯୋଜନା କରି ,ଅନ୍ୟମାନଙ୍କୁ ସାହାଯ୍ୟ ମାଗନ୍ତୁ | ତୁମ ପାଇଁ ଆବଶ୍ୟକ ସାମଗ୍ରୀ  ପାଇବାକୁ  ତୁମେ ତୁମର ନିଯୁକ୍ତିଦାତା, ବନ୍ଧୁ, ଏବଂ ପରିବାରକୁ କୁହ, ଏବଂ   ସୁନିଶ୍ଚିତ କରନ୍ତୁ ଯେ ସେମାନେ  ଆବଶ୍ୟକ ସାମଗ୍ରୀ ଗୁଡିକ  ଘର ବାହାରେ ଛାଡନ୍ତି |
  • ଯେତେ ସମ୍ଭବ ଆପଣ ଘରେ ଥିବାବେଳେ  ଅନ୍ୟମାନଙ୍କଠାରୁ  ସୁରକ୍ଷିତ ଦୂରତାରେ  ରୁହନ୍ତୁ, ଏବଂ ଯଦି ସମ୍ଭବ, ଏକାକୀ ଶୁଅନ୍ତୁ  |

ସିପିଜେର ଅନଲାଇନ୍ ସେଫ୍ଟି କିଟ୍ ସାମ୍ବାଦିକ ଏବଂ ସମ୍ବାଦ କକ୍ଷକୁ ଶାରୀରିକ, ଡିଜିଟାଲ୍ ଏବଂ ମାନସିକ ନିରାପତ୍ତା ଉତ୍ସ ଏବଂ ଉପକରଣ ଉପରେ ମୋୖଳିକ ସୁରକ୍ଷା ସୂଚନା ପ୍ରଦାନ କରିଥାଏ, ଯେଉଁଥିରେ ନାଗରିକ ଅଶାନ୍ତି ଏବଂ ନିର୍ବାଚନକୁ ମଧ୍ୟ ଅନ୍ତର୍ଭୁକ୍ତ କରିଥାଏ |

[ସମ୍ପାଦକଙ୍କ ଟିପ୍ପଣୀ: ଏହି ପରାମର୍ଶବଳୀ ଫେବୃଆରୀ 10, 2020 ରେ ପ୍ରକାଶିତ ହୋଇଥିଲା ଏବଂ ବାରମ୍ବାର ସଂଶୋଧିତ ହେଉଛି | ଶୀର୍ଷରେ ପ୍ରକାଶନ ତାରିଖ ବର୍ତ୍ତମାନର ଅଦ୍ୟତନକୁ ପ୍ରତିଫଳିତ କରେ |]